ହିଟର ସକ୍‌ରେ ଯୁବକ ମୃତ

Advertisment
ବଜ୍ରପାତରେ ଜଣେ ମୃତ 

Telegraph India

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ସ୍ଥିତ ଭାଟିଶାଲ ପଡାରେ ଜୈନିକ ଯୁବକ ହିଟର ସକ୍ ଦ୍ବାରା ପ୍ରାଣ ହରାଇଥିବା ଜଣାପଡିଛି। ଭାଟିଶାଲ ପଡାରେ ରହୁଥିବା ପଙ୍କଜ ମେହେର କ୍ଷୀର ଗରମ କରିବା ପାଇଁ ହିଟର ଲଗାଇଥିଲେ। ତେବେ କ୍ଷୀର ଗରମ କରୁଥିବା ସମୟରେ ପଙ୍କଜ ହିଟର ସକ୍‌ରେ ଆସିଥିଲେ। ସକ୍ ମାରିବା ଦ୍ବାରା ସେ ଗୁରୁତର ହୋଇ ଅଚେତ ହୋଇ ପଡିଥିଲେ। ଏହା ଜାଣି ପରିବାରବର୍ଗ ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ସେଠାରେ ଡାକ୍ତର ପଙ୍କଜଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି। ଏହାକୁ ନେଇ ପାଟଣାଗଡ଼ ପୁଲିସ କେସ ନଂ ୨/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ବେଳେ ମୃତ ଶରୀରର ବ୍ୟବଚ୍ଛେଦ କରି ପରିବାର ବର୍ଗଙ୍କୁ ପ୍ରଦାନ କରାଯାଇଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe