ଗାଧୋଇବାକୁ ଯାଇ ଶାବେରୀ ନଦୀରେ ବୁଡି ଯୁବକଙ୍କ ମୃତ୍ୟୁ

Advertisment
ବାଇକ ଦୁର୍ଘଟଣାରେ ଜଣେ ମୃତ

closeup of the feet of a dead body covered with a sheet, with a blank tag tied on the big toe of his left foot, in monochrome, with a vignette added

ପଡିଆ: ମାଲାକନଗିରି ଜିଲ୍ଲା ପଡିଆ ବ୍ଳକ ବଜାଗୁଡା ଗ୍ରାମର ଜଣେ ଯୁବକ ଓଡିଶା ଓ ଛତ୍ତିଶଗଡ଼ ସୀମାକୁ ଲାଗିଥିବା ଶାବେରୀ ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ମୃତ୍ୟୁବରଣ କରିଥିବା ଜଣାପଡିଛି। ଏହି ଗ୍ରାମର ଗଙ୍ଗା ସୋୟାମ ଆଜି ମଧ୍ୟାହ୍ନ ସମୟରେ କାମଧାମ ସାରି ଶାବେରୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ତେବେ ଦୀର୍ଘ ସମୟ ଧରି ଗଙ୍ଗା ଘରକୁ ନଫେରିବାରୁ ପରିବାର ଲୋକ ଡାକିବା ପାଇଁ ନଦୀକୁ ଯାଇଥିଲେ। ଗାଧୋଇବା ସ୍ଥାନରେ ମଧ୍ୟ ଗଙ୍ଗା ନମିଳିବାରୁ ଏଣେତେଣେ ଖୋଜାଖୋଜି କରିବା ପରେ ତଳ ମୁଣ୍ଡରେ ଗଙ୍ଗାର ମୃତ ଶରୀର ଭାସୁଥିବା ଗଙ୍ଗାର ସ୍ତ୍ରୀ ଦେଖିଥିଲା।

ଏହାପରେ ଗଙ୍ଗାର ସ୍ତ୍ରୀ ରାଙ୍ଗି ସୋୟାମ ଗ୍ରାମବାସୀଙ୍କୁ ଜଣାଇବା ସହ ପଡିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏତଲା ପାଇ ପଡିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କାଲିମେଳା ପଠାଇଥିବା ଜଣାପଡିଛି। ଅନ୍ୟପଟେ ଗଙ୍ଗାର ପରିବାରରେ ସ୍ତ୍ରୀ, ପାଞ୍ଚ ବର୍ଷର ପୁଅ ଓ ବର୍ଷକର ଗୋଟିଏ କୁନି ଝିଅ ରହିଥିବାରୁ ପିଲାଙ୍କ ଭବିଷ୍ୟତକୁ ନେଇ ପରିବାର ଲୋକ ଚିନ୍ତା ପ୍ରକଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe