ବିଷଧର ସାପ କାମୁଡାରେ ନାବାଳକର ମୃତ୍ୟୁ

Advertisment
ଶବ ବଦଳ ଘଟଣା, ଚିତାଭସ୍ମ ଗଲା ରାଜସ୍ଥାନ, ଫେରିଲାନି ଓଡ଼ିଆ ପୁଅର ଶବ

CREATOR: gd-jpeg v1.0 (using IJG JPEG v62), quality = 100

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଗିରିଲି ଗୁଡ଼ା ଗ୍ରାମରେ ଜଣେ ୫ ବର୍ଷର ନାବାଳକର ବିଷଧର ସାପ କାମୁଡାରେ ମୃତ୍ୟୁ ଘଟିଛି। ମୃତ ନାବାଳକ ନବରଙ୍ଗପୁର ଥାନା ସିନ୍ଧିଗାଁର ନନ୍ଦ ଗଡ଼ିଆର ପୁଅ। ବୟସ ୫ ବର୍ଷ। ମୃତ ନାବାଳକର ବାପା ନନ୍ଦ ଗଡ଼ିଆ ଏ ନେଇ ଡାବୁଗାଁ ଥାନାରେ ଏତଲା ଦେବାପରେ ଡାବୁଗାଁ ପୁଲିସ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛନ୍ତି। ସୂଚନାଅନୁଯାୟୀ, ନବରଙ୍ଗପୁର ଥାନା ଅନ୍ତର୍ଗତ ସିନ୍ଧିଗାଁର ନନ୍ଦ ଗଡ଼ିଆ ସ୍ତ୍ରୀ ଓ ଦୁଇପୁଅ ସହ ଡାବୁଗାଁ ଥାନା ଅନ୍ତର୍ଗତ ଗିରିଲିଗୁଡ଼ା ଗ୍ରାମରେ ଥିବା ତାଙ୍କ ନିଜ ସମ୍ପର୍କୀୟ ସୋହେଲ ସିଂହ ଭତରାଙ୍କ ଘରକୁ ଗତକାଲି ବୁଲିବାକୁ ଆସିଥିଲେ। ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ନନ୍ଦ ଗଡ଼ିଆ ନିଜ ପରିବାର ସହ ଶୋଇଥିବା ଅବସ୍ଥାରେ ଏକ ବିଷଧର ନାଗସାପ ଆସି ନାବାଳକର ବାମ ଗୋଡ଼ର ଆଣ୍ଠୁ ତଳେ କାମୁଡି ଦେଇଥିଲା।

ନାବାଳକ ଚିତ୍କାର କରିବା ପରେ ଶୋଇଥିବା ସମସ୍ତେ ଉଠି ଏକ ନାଗସାପକୁ ଦେଖିଥିଲେ। ତୁରନ୍ତ ବିଷଧର ସାପ କାମୁଡ଼ିଥିବା ନାବାଳକକୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ରାତି ସାଢେ଼ ୨ଟା ସମୟରେ ଡ଼ାକ୍ତର ନାବାଳକ  ମୃତ ଘୋଷଣା କରିଥିଲେ। ତେବେ ଅକସ୍ମାତ ନାବାଳକ ପୁଅର ଏପରି ମୃତ୍ୟୁ ପରେ ପରିବାର ଓ ଗିରିଲିଗୁଡ଼ା ଗ୍ରାମରେ ଶୋକର ଛାୟା ଖେଳି ଯାଇଥିଲା। ଏ ନେଇ ମୃତ ନାବାଳକର ବାପା ନନ୍ଦ ଗଡ଼ିଆ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଶବ ଜବତ କରି କେସ ନଂ- ୧୧/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲେ। ଆଜି ପୂର୍ବାହ୍ନରେ ଚଚରାଗୁଡ଼ା ସରପଞ୍ଚ ରଞ୍ଜୁ ଭତରାଙ୍କ ଉପସ୍ଥିତିରେ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଘଟଣାର ତଦନ୍ତ ପୁଲିସ ଏସଆଇ ବିଜୟ କୁମାର ସାହୁ କରୁଥିବା ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe