ଛାତରୁ ଖସିପଡି ଯୁବକଙ୍କ ମୃତ୍ୟୁ

Advertisment
ଶବ ବଦଳ ଘଟଣା, ଚିତାଭସ୍ମ ଗଲା ରାଜସ୍ଥାନ, ଫେରିଲାନି ଓଡ଼ିଆ ପୁଅର ଶବ

CREATOR: gd-jpeg v1.0 (using IJG JPEG v62), quality = 100

ତେନ୍ତୁଳିଖୁଣ୍ଟି/ନନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଧଣ୍ଡରା ପଞ୍ଚାୟତ ତଥା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ନରସିଂଙ୍ଗଗୁଡା ଗ୍ରାମରେ ଜଣେ ଯୁବକ ଛାତରୁ ଖସିପଡ଼ି ମୃତ୍ୟୁ ବରଣ ହୋଇଥିବା ସୂଚନା ରହିଛି। ମୃତ ଯୁବକ ଜଣଙ୍କ ନରସିଂଙ୍ଗଗୁଡା ଗ୍ରାମର ବିଘ୍ନରାଜ ମୁଦୁଲି (୨୬) ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ଆଜି ଅପରାହ୍ନ ସମୟରେ ବିଘ୍ନରାଜଙ୍କ ଘର ନିକଟରେ ଏକ ଦଶାହ କାର୍ଯ୍ୟ ଚାଲିଥିଲା। ଦଶାହ କାର୍ଯ୍ୟରେ ବିଘ୍ନରାଜ ଯୋଗ ଦେବାକୁ ଯାଇଥିଲେ। ତେବେ କୌଣସି କାମରେ ବିଘ୍ନରାଜ ନିକଟରେ ଥୁବା ଏକ ଘର ଛାତ ଉପରେ ଚଡିଥିଲେ। କିନ୍ତୁ ଅସାବଧାନତା ବଶତଃ ବିଘ୍ନ ଛାତରୁ ତଳକୁ ଖୋସି ପଡ଼ିଥିଲେ।

ବିଘ୍ନରାଜଙ୍କୁ ଗୁରୁତର ଅବସ୍ଥାରେ ତେନ୍ତୁଳିଖୁଣ୍ଟି ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଛନ୍ତି। ଖବର ପାଇ ତେନ୍ତୁଳିଖୁଣ୍ଟି ପୁଲିସ ଡାକ୍ତରଖାନା ପରିସରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏନେଇ ତେନ୍ତୁଳିଖୁଣ୍ଟି ଥାନା କେଶ ନଂ ୭/୨୨ ଅନୁଯାୟୀ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥୁବା ବେଳେ ଏଏସଆଇ ତୁଳସୀ ରାମ ପୂଜାରୀ କେଶର ତଦନ୍ତ ଭାର ନେଇଥୁବା ବେଳେ ଆସନ୍ତା କାଲି ଶବ ବ୍ୟବଛେଦ ହେବ ବୋଲି ଆଇଆଇସି ଉମେଶ ନାୟକ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe