ଖାର୍ଦ୍ଧା: ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲା ସଦର ଥାନା ଅନ୍ତର୍ଗତ ଗଡ଼ ଗୁଡ଼ୁମ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଘରେ ପାଣି ଦେଉଥିବା ବେଳେ ବିଦ୍ୟୁତ ଆଘାତରେ ଜଣେ ୧୬ ବର୍ଷୀୟ ନାବାଳକଙ୍କର ଜୀବନ ଯାଇଛି। ଏହି ଘଟଣା ନେଇ ସମଗ୍ର ଗ୍ରାମରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପୁଲିସ ମୃତଦେହ ଜବତ କରି ବ୍ୟବଛେଦର ବ୍ୟବସ୍ଥା କରୁଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଗଡ଼ ଗୁଡ଼ୁମ ଗ୍ରାମର ବିଜୟ ବୈରୀଗଞ୍ଜନଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର ବୈରୀଗଞ୍ଜନ ନିଜ ଘରେ ପାଣି ପମ୍ପ ଚଲାଇ ପାଣି ଦେଉଥିଲେ। ତେବେ ହଠାତ ପାଣି ପମ୍ପ ( ବିଦ୍ୟୁତ ମୋଟର) ରେ ବିଦ୍ୟୁତ ଚାର୍ଜ ହୋଇ ଯିବାରୁ ପୂର୍ଣ୍ଣଚନ୍ଦ୍ର ଏଥିରେ ଖୁବ୍ ଜୋର ଆଘାତ ପାଇ ପଡ଼ି ଯାଇଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ପରିବାର ଲୋକେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us