ପୋଖରୀରେ ବୁଡି ବାଳକ ମୃତ, ଗୋଟିଏ ଦିନ ପରେ ପୋଖରୀରୁ ଉଦ୍ଧାର ହେଲା ଶବ

ପୋଖରୀରେ ବୁଡି ବାଳକ ମୃତ, ଗୋଟିଏ ଦିନ ପରେ ପୋଖରୀରୁ ଉଦ୍ଧାର ହେଲା ଶବ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଚିଚିବାଇ ଗ୍ରାମରେ ଗତକାଲି ପୋଖରୀରେ ବୁଡି ଜଣେ ବାଳକର ମୃତ୍ୟୁ ହୋଇଥିବା ଖବର ମିଳିଥିଲା। ମୃତ ବାଳକ ନାମ ଯୋଗେଶ୍ୱର ପୂଜାରୀ ବୟସ ୧୫ ବର୍ଷ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତକାଲି ଚିଚିବାଇ ଗ୍ରାମରେ ଥିବା ଏକ ପୋଖରୀକୁ ଯୋଗେଶ୍ୱର ପୂଜାରୀ ନାମକ ଜଣେ ବାଳକ ଗାଧୋଇବାକୁ ଯାଇଥିଲା। ଗାଧୋଉଥିବା ସମୟରେ ବାଳକର ଗୋଡ଼ ଖସି ଯାଇଥିଲା ଓ ସେ ପୋଖରୀ ଭିତରକୁ ଚାଲି ଯାଇଥିଲା। ଅନେକ ସମୟ ହେବ ଘରକୁ ନଫେରିବାରୁ ପରିବାରଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ। ଆଜି ଉକ୍ତ ବାଳକର ମୃତ ଦେହ ପୋଖରୀ ଭିତରକୁ ଉଦ୍ଧାର ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe