ଜୟପୁରରେ ଯୁବକଙ୍କୁ ପଥର ଛେଚି ହତ୍ୟା; ପୁଲିସ ହାତରେ ଲାଗିଛି ସୁରାକ୍!

Advertisment
ଜୟପୁରରେ ଯୁବକଙ୍କୁ ପଥର ଛେଚି ହତ୍ୟା; ପୁଲିସ ହାତରେ ଲାଗିଛି ସୁରାକ୍!

ଜୟପୁର: କୋରାପୁଟ ଜିଲ୍ଲା ଜୟପୁରର କୁମ୍ଭାରସାହିର ଅଙ୍ଗନୱାଡି କେନ୍ଦ୍ର ନିକଟରେ କ୍ଷତବିକ୍ଷତ ଶବ ଉଦ୍ଧାର ହୋଇଛି। ଶବ ନିକଟରେ ରକ୍ତ ଭିଜା ପଥର ପଡ଼ି ଥିବାରୁ ତାଙ୍କୁ ପଥରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମୃତ ଯୁବକ ଜଣକ ସ୍ଥାନୀୟ ଗୌଡସାହି ନିକଟସ୍ଥ ମାଳିସାହିର ଭଗବାନ ପରଜାଙ୍କ ପୁଅ ଚନ୍ଦ୍ର ପରଜା। ଜୟପୁର ଟାଉନଥାନା ପୁଲିସ, ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣାର ଯାଞ୍ଚ କରିଛନ୍ତି। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ।

ଆଜି ସକାଳୁ ସ୍ଥାନୀୟ ଅଞ୍ଚଳର କିଛି ଲୋକ ଉଠି ଶୌଚ କରିବାକୁ ଯିବା ସମୟରେ ସାହି ମୁଣ୍ଡରେ ଥିବା ଅଙ୍ଗନୱାଡି କେନ୍ଦ୍ର ନିକଟରେ ଯୁବକଙ୍କ ରକ୍ତ ଜୁଡୁବୁଡୁ ଶବ ପଡ଼ିଥିବା ଦେଖିବାକୁ ପାଇଥିଲେ। ସେମାନେ ଘଟଣା ସଂକ୍ରାନ୍ତରେ ଜୟପୁର ଟାଉନଥାନା ପୁଲିସକୁ ସୂଚନା ଦେଇଥିଲେ। ମିଳିଥିବା ସୂଚନା ମୁତାବକ, ହତ୍ୟାକାଣ୍ଡର ଶିକାର ହୋଇଥିବା ଚନ୍ଦ୍ରଙ୍କ ଘର ମାଳିସାହିରେ ହୋଇଥିଲେ ହେଁ ଗତକାଲି ରାତିରେ ଚନ୍ଦ୍ର ନିଜ ଶ୍ୱଶୁର ଘର ଲାଲଗୁଡାକୁ ଯାଇଥିଲେ।

ସେଠାରେ ଖାଇବା ପରେ ମାଳିସାହି ଘରକୁ ଫେରୁଥିଲେ। ଶ୍ବଶୁର ଘରେ ଥିବା ସମୟରେ ଜଣେ ଆସି ତାଙ୍କୁ ଡାକି ନେଇଥିଲେ। ତେବେ ବିଳମ୍ବିତ ରାତି ଯାଏଁ ସେ ଫେରିନଥିଲେ। ଆଜି ସକାଳୁ ତାଙ୍କ ମୃତଦେହ କୁମ୍ଭାରସାହିର ଅଙ୍ଗନବାଡି କେନ୍ଦ୍ର ପାଖରେ ମିଳିଥିବାବେଳେ ପଥରରେ ଛେଚି ତାଙ୍କୁ ହତ୍ୟା କରାଯାଇଥିବା ଦେଖିବାକୁ ମିଳିଛି। ଏହି ହତ୍ୟାକାଣ୍ଡ ପଛରେ କେଉଁମାନଙ୍କର ହାତ ରହିଛି ସେନେଇ ପୁଲିସ ଖୋଳତାଡ କରୁଛି। କେଉଁ କେଉଁ ବ୍ୟକ୍ତିଙ୍କର ସହ ଚନ୍ଦ୍ରଙ୍କର ଶତ୍ରୁତା ଥିଲା ସେ ନେଇ ଛାନଭିନ ଚାଲିଛି।

ତେବେ ପୁଲିସ ହାତରେ ସୁରାକ୍ ଲାଗିଥିବା ବେଳେ ଅଳ୍ପଦିନ ମଧ୍ୟରେ ଅଭିଯୁକ୍ତ ବି ଧରା ପଡ଼ିଯିବ ବୋଲି କହିଛନ୍ତି ଟାଉନଥାନା ଆଇଆଇସି ବାଲେଶ୍ବର ଗିଦ୍ଧୀ। କେଉଁ କାରଣବଶତଃ ଚନ୍ଦ୍ରକୁ ଏତେ ନିର୍ମମ ଭାବେ ଅଭିଯୁକ୍ତ ହତ୍ୟା କରିଛି ତାହାର କାରଣ ଏବେ ବି ଅସ୍ପଷ୍ଟ। ମଦ୍ୟପାନ କରିବା ଏବଂ ଏହା ପରେ କିଛି ବାକବିତଣ୍ଡା କିମ୍ବା ହୋଇ କି ଅନ୍ୟ କିଛି କାରଣ ପାଇଁ ହତ୍ୟାକାରୀ ଅଭିଯୁକ୍ତ ଏଭଳି ଜଘନ୍ୟ ଭାବେ ହତ୍ୟା କରିଛି ତାହା ଲୋକଲୋଚନକୁ ଆସିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe