ବାଲି ବୋଝେଇ ଟ୍ରାକ୍ଟର ଚାପାରେ ବାଳକର ମୃତ୍ୟୁ 

Advertisment
ମୃତ ନବଜାତକୁ ଝୁଣି ଖାଇଲା କୁକୁର

Photo: LatestLY

ବୌଦ୍ଧ: ବୁଧବାର ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ପାଟଲିପଡା ଗାଁରେ ଏକ ବାଲି ବୋଝେଇ ଟ୍ରାକ୍ଟରରେ ଚାପି ହୋଇ ୧୩ ବୟସର ବାଳକର ମୃତ୍ୟୁ ହୋଇଛି। ସେହି ଗାଁର ବବୁରୁ ଜାଲଙ୍କ ପୁଅ ପ୍ରଦ୍ୟୁମ୍ନର ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ଆଜି ଦ୍ୱିପ୍ରହର ପ୍ରାୟ ୨ଟା ସମୟରେ ପାଟଳିପଡା ଗାଁର ଶୁକ ମେହେରଙ୍କ ବାଲି ବୋଝେଇ ଟ୍ରାକ୍ଟର ତଳେ ଚାପି ହୋଇ ଗୁରୁତର ଆହତ ହୋଇଥିଲେ। ଖବର ପାଇ ବାଉଁଶୁଣି ଦମକଳ ବାହିନୀ ବାଳକଟିକୁ ଟ୍ରାକ୍ଟର ତଳୁ ଉଦ୍ଧାର କରି ଚିକିତ୍ସା ପାଇଁ ବାଉଁଶୁଣି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ବାଳକର ମୃତ୍ୟୁ ହୋଇଥିବା ଜଣାପଡିଛି।

ମନମୁଣ୍ଡା ପୁଲିସ ଟ୍ରାକ୍ଟର ଜବତ କରି ଘଟଣାର ତଦନ୍ତ ଚାଲିଥିବା ଥାନାଧିକାରୀ ଗୋପୀନାଥ ପ୍ରଧାନ କହିଛନ୍ତି। ଲକଡାଉନ କାରଣରୁ ଗତ ୧୫ଦିନ ମଧ୍ୟରେ ବୌଦ୍ଧ ଜିଲ୍ଲାର ଗୋଟେ ମଧ୍ୟ ସଡ଼କ ଦୁର୍ଘଟଣା ହୋଇନଥିବା ବେଳେ ଆଜି ପ୍ରଥମ ଦୁର୍ଘଟଣାରେ ଜଣେ ବାଳକ ମୃତ୍ୟୁ ହେବା ସ୍ଥାନୀୟ ଅଂଚଳରେ ଶୋକ ଖେଳାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe