ରକ୍ତଦେଇ ମହିଳାଙ୍କ ଜୀବନ ବଞ୍ଚାଇଲେ ସାପ ଧରାଳି ଯୁବକ

Advertisment
ରକ୍ତଦେଇ ମହିଳାଙ୍କ ଜୀବନ ବଞ୍ଚାଇଲେ ସାପ ଧରାଳି ଯୁବକ

Sambad

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ସାପ ଧରାଳି ଭାବେ ପରିଚିତ ସତ୍ୟଜିତ ଗୌଡ ଏବେ ପୁଣି ଚର୍ଚ୍ଚାରେ। ଜିଲ୍ଲାର ବିଭିନ୍ନ ସ୍ଥାନରେ ବୁଲି ବିଷଧର ସାପକୁ ଧରିବାରେ ସିଦ୍ଧହସ୍ତ ସତ୍ୟଜିତ ଏବେ ରକ୍ତଦାନ କରି ସମାଜସେବାରେ ଆଉ ଏକ ପାଦ ବଢାଇଛନ୍ତି। ମାଥିଲି ବ୍ଲକର କୋତାପାଲୀ ଅଂଚଳର ରେଙ୍ଗାଵାଡା ଗ୍ରାମର ଗର୍ଭବତୀ ମହିଳା ବୋତି ସୋଡୀଙ୍କୁ ମାଲାକନଗିରି ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ବୋତିଙ୍କୁ ତୁରନ୍ତ ବି-ପଜିଟିଭ ରକ୍ତ ଦରକାର ବୋଲି ଡାକ୍ତର ପରିବାର ଲୋକଙ୍କୁ କହିବା ପରେ ସେମାନେ ରକ୍ତ ପାଇଁ ବିଭିନ୍ନ ସ୍ଥାନ ବୁଲିଥିଲେ। ତେବେ ଏହି ଖବର ସତ୍ୟଜିତ ପାଇବା ପରେ ତୁରନ୍ତ ରକ୍ତଦାନ କରିବା ପାଇଁ ଆଗେଇ ଆସିଥିଲେ। ସତ୍ୟଜିତ ରକ୍ତ ଭଣ୍ଡାରରେ ପହଞ୍ଚି ରକ୍ତଦାନ କରିଥିଲେ।

ସତ୍ୟଜିତଙ୍କୁ ରକ୍ତଦାନ ପାଇଁ ତାଂକ ସାଥି ବିକାଶ ଦାସ, ରାଜୀବ ଲୋଚନ ଶିଶା, ରାହୁଲ ରାଓ, ଦିପଙ୍କର ଦାସ ଏବଂ ଆଲକା ବେହେରା ପ୍ରବର୍ତ୍ତାଇଥିଲେ। ରକ୍ତ ପାଇବା ପରେ ବୋତିଙ୍କୁ ରକ୍ତ ପ୍ରଦାନ କରାଯାଇଥିଲା। ଯାହାଫଳରେ ତାଂକର ଜୀବନ ବଂଚିଯାଇଥିଲା। ତେବେ ସତ୍ୟଜିତ ଲୋକଙ୍କୁ ସାପ ଦାଉରୁ ରକ୍ଷା କରିବା ସହ ଏବେ ରକ୍ତଦାନ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ତେବେ ଜିଲ୍ଲାରେ ରକ୍ତର ଘୋର ଅଭାବ ଦେଖା ଦେଉଥିବା ବେଳେ ଏଭଳି ସମାଜସେବୀ ଯୁବକ ମାନେ ରକ୍ତଦାନ କରି ବହୁ ଜୀବନ ବଂଚାଇବାରେ ସହାୟକ ହୋଇଛନ୍ତି। ବିଭିନ୍ନ ମହଲରେ ସତ୍ୟଜିତଙ୍କୁ ପ୍ରଶଂସା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe