୨ ଯୁବକଙ୍କ ବଦାନ୍ୟତା; ମହିଳାଙ୍କୁ ରକ୍ତଦେଇ ଜୀବନ ବଞ୍ଚାଇଲେ

Advertisment
୨ ଯୁବକଙ୍କ ବଦାନ୍ୟତା; ମହିଳାଙ୍କୁ ରକ୍ତଦେଇ ଜୀବନ ବଞ୍ଚାଇଲେ

Sambad

ମାଲକାନଗିରି: ମାଲକାନଗିରି ଜିଲ୍ଲା ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ପରିଲକ୍ଷିତ ହେଉଥିବା ବେଳେ ଏହାକୁ ପୂରଣ କରିବାକୁ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ସହ ସମାଜସେବୀଙ୍କ ଅବଦାନ ଅତୁଳନୀୟ। ତେବେ ପ୍ରତିଦିନ ପ୍ରାୟ ୩୦ରୁ ୪୦ ୟୁନିଟ ରକ୍ତ ଦରକାର ପଡୁଥିବା ବେଳେ ଏତେ ସଂଖ୍ୟକ ରକ୍ତ ଲୋକଙ୍କୁ ଯୋଗାଇବା ଏକ ପ୍ରକାର କଷ୍ଟ ହୋଇ ପଡୁଛି। ତେବେ କିଛି ଯୁବ ସମାଜସେବୀଙ୍କ ବଦାନ୍ୟତା ଯୋଗୁଁ ମେଡିକାଲରେ ପଡିଥିବା ଗୁରତର ରୋଗୀଙ୍କୁ ରକ୍ତ ଦେଇ ଜୀବନ ବଂଚାଇବାରେ ସହାୟକ ହୋଇ ପାରୁଛି।ଏଭଳି ଏକ ସଦ୍ୟତମ ଘଟଣାକ୍ରମରେ ମାଲାକାନଗିରି ଜିଲ୍ଲାର କାଲିମେଳା ଅଂଚଳର ବୁଜିଳି ଥଣ୍ଡର ନାମକ ଜନୈକା ମହିଳା ଜ୍ବରରେ ପୀଡିତ ହୋଇ ମାଲକାନଗିରି ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ତେବେ ତାଙ୍କୁ ତୁରନ୍ତ ରକ୍ତ ଦରକାର ପଡୁଥିବା ଡାକ୍ତର କହିଥିଲେ। ଏ-ପଜିଟିଭ ରକ୍ତ ଦରକାର ପଡୁଥିବାରୁ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ପରିବାର ଲୋକେ ପାଇପାରି ନଥିଲେ। ତେବେ ସ୍ଥାନୀୟ ଡିଏନକେର ରଂଜନ ନାୟକ ଏବଂ ରିକ୍ଲାମେସନ କଲୋନିର ଅମ୍ରିତ ମିଞ୍ଜ ନାମକ ଯୁବକ ଦୁହେଁ ଖବର ପାଇ ରକ୍ତ ଦେବାକୁ ବାହାରି ପଡିଥିଲେ।

ଗତକାଲି ବିଳମ୍ବିତ ରାତିରେ ଦୁହେଁ ରକ୍ତ ଭଣ୍ଡାରରେ ପହଞ୍ଚି ରକ୍ତଦାନ କରିଥିଲେ। ଯେଉଁଥିପାଇଁ ଆଜି ତାଙ୍କୁ ପରିବାର ସହ ସାଧାରଣରେ ପ୍ରଶଂସା କରାଯାଇଛି। ଏହା ପୂର୍ବରୁ ମଧ୍ୟ ରଂଜନ ବହୁ ଥର ଏଭଳି ରକ୍ତଦାନ କରି ଗରିବ ଅସହାୟ ଲୋକଙ୍କୁ ସହଯୋଗର ହାତ ବଢାଇ ଆସିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe