My Cariboo Now
କୋରାପୁଟ : ଗୋଟିଏ କଲେଜରେ ଏକାଠି ସାଥୀ ହୋଇ ପଢ଼ୁ ଥିବା ଛାତ୍ରଜଣକ ସେହି କଲେଜର ନାବାଳିକାକୁ ଏକତରଫା ଭଲ ପାଇ ବିବାହ କରିବାକୁ ଅଡ଼ି ବସିଥିଲା। କିନ୍ତୁ ଏହା ଜାଣିବା ପରେ ବିବାହ କରିବାକୁ ଛାତ୍ରୀ ଜଣଙ୍କ ମନା କରି ଦେବା ପରେ କ୍ରୋଧରେ ଅନ୍ଧ ହୋଇଯାଇଥିଲା ପ୍ରେମିକ ଛାତ୍ର । ରାଗରେ ହିତାହିତ ଜ୍ଞାନ ହରାଇ ପେଟ୍ରୋଲ ଢାଳି ଛାତ୍ରୀଙ୍କ ଶରୀରରେ ନିଆଁ ଲଗାଇ ଦେଇଥିଲା। ଛାତ୍ରୀ ଜଣଙ୍କ ଗୁରୁତର ଅବସ୍ଥାରେ ମେଡିକାଲରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ ସୋମବାର ତାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ନାବାଳକ କୋରାପୁଟ କୋର୍ଟରେ ଆତ୍ମସମର୍ପଣ କରିଛି।
Unsplashସୂଚନାଯୋଗ୍ୟ, ଉଭୟ ଛାତ୍ର ଓ ଛାତ୍ରୀ ସେମିଳିଗୁଡାର ଏକ ଘରୋଇ କଲେଜରେ ପଢୁଥିଲେ। ତେବେ ଛାତ୍ର ଜଣଙ୍କ ଛାତ୍ରୀଙ୍କ ଉପର ଶ୍ରେଣୀରେ ପଢୁଥିଲେ। ଦୁହିଁଙ୍କ ଘର ନନ୍ଦପୁର ଅଂଚଳରେ । ଛାତ୍ରୀ ଜଣଙ୍କ ସେମିଳିଗୁଡା ସହରରେ ଥିବା ଏକ ମେସ୍ରେ ଅନ୍ୟ ୪ ଜଣ ଛାତ୍ରୀଙ୍କ ସହ ରହୁଥିଲେ। ଏପଟେ ଛାତ୍ରୀଙ୍କୁ ଏକତରଫା ଭଲ ପାଉଥିଲା ଉପର ଶ୍ରେଣୀରେ ପଢ଼ୁଥିବା ଏହି ଛାତ୍ର। ବାରମ୍ବାର ଦେଖା କରି ପ୍ରେମ ନିବେଦନ କରୁଥିଲା। ଏପରିକି ବିବାହ କରିବା ପାଇଁ ବାଧ୍ୟ କରୁଥିଲା। ମାତ୍ର ଛାତ୍ରୀ ଜଣଙ୍କ ତାଙ୍କ କଥାରେ ରାଜି ହୋଇ ନ ଥିଲେ। ଛାତ୍ରଙ୍କ ସହ କଥାବାର୍ତା କରୁଥିଲେ ମଧ୍ୟ ବିବାହ କରିବାକୁ ସଫା ସଫା ମନା କରି ଦେଇଥିଲେ।
setaswall.comଏହାପରେ ପ୍ରେମିକ ଛାତ୍ର ଜଣଙ୍କ ରାଗି ଯାଇ ପ୍ରତିଶୋଧ ନେବାକୁ ସ୍ଥିର କରିଥିଲା। ଏପରିକି ଛାତ୍ରୀଙ୍କୁ ମଧ୍ୟ ସେ ଏଭଳି ଚେତାବନୀ ମଧ୍ୟ ଦେଇଥିଲା। ମୋର ନ’ ହେଲେ କାହାର ହେବାକୁ ଦେବି ନାହିଁ ବୋଲି ଖୋଲାଖୋଲି ଜଣାଇ ଦେଇଥିଲା। କିନ୍ତୁ ଛାତ୍ରୀ ଜଣଙ୍କ କଥାକୁ ଏତେଟା ଗୁରୁତ୍ୱ ଦେଇ ନ ଥିଲେ। ଛାତ୍ରଜଣଙ୍କ ମେସ୍ରେ ପହଞ୍ଚି ଛାତ୍ରୀଙ୍କୁ ଡାକିଥିଲେ। ଆଉ ଛାତ୍ରୀ ଜଣଙ୍କ କିଛି ବୁଝିବା ଆଗରୁ ତାଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଏପଟେ ଛାତ୍ରୀଙ୍କ ସହପାଠିନୀମାନେ ତାଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରି କୋରାପୁଟ ମେଡିକାଲରେ ଭର୍ତି କରିଥିଲେ। କିନ୍ତୁ ଅବସ୍ଥା ଉଦବେଗଜନକ ଥିବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲ କଲେଜକୁ ପଠାଇ ଦିଆଯାଇଥିଲା। ଏଠାରୁ ପୁଣି ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା। ଆଜି ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଖବର ମିଳିଛି।
Follow Us