୮୭ ବର୍ଷରେ ବି ଚଳଚଞ୍ଚଳ ବ୍ରଜବନ୍ଧୁ, ଗାଁରେ ସୃଷ୍ଟି କରୁଛନ୍ତି ସବୁଜ ବଳୟ

Advertisment
୮୭ ବର୍ଷରେ ବି ଚଳଚଞ୍ଚଳ ବ୍ରଜବନ୍ଧୁ, ଗାଁରେ ସୃଷ୍ଟି କରୁଛନ୍ତି ସବୁଜ ବଳୟ

କଟକ: ଆଠଗଡ଼ ବ୍ଲକ୍‌ ଧୂରୁଷିଆ ଗ୍ରାମର ବ୍ରଜବନ୍ଧୁ ଲେଙ୍କାଙ୍କ ବୟସ ୮୭। କିନ୍ତୁ ଜୀବନ ଯାତ୍ରାରେ ଥକି ନଯାଇ ସେ ଏବେ ବି ଅଛନ୍ତି ଚଳଚଞ୍ଚଳ। ପ୍ରତିଦିନ ନିଜ ହାତରେ ଟାଙ୍ଗରା ଭୂଇଁରେ ଲଗାଇ ଥିବା ଗଛର ଯତ୍ନ ନେଉଛନ୍ତି। ନିଜର ଉପାର୍ଜିତ ଅର୍ଥରେ ହନୁମାନ ମନ୍ଦିର ତୋଳି ତାହାର ଦେଖାରେଖା ବି କରୁଛନ୍ତି। ଅବିବାହିତ ରହିଥିବା ବ୍ରଜବନ୍ଧୁ ସରକାରୀ ଚାକିରିରୁ ଅବସର ନେବା ପରେ ପାଇଥିବା ଟଙ୍କା ଓ ଭୁବନେଶ୍ବରରେ ଥିବା ଜମି ବିକ୍ରି କରି ସେଥିରୁ ମିଳିଥିବା ଟଙ୍କାରେ ଏହି ମନ୍ଦିର ନିର୍ମାଣ କରିଛନ୍ତି। ଏଥିପାଇଁ ସେ ପ୍ରାୟ ୧୫ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଏହି ମନ୍ଦିର ୨୦୦୦ ମସିହାରେ ଆରମ୍ଭ ହେଇ ୨୦୦୬ ମସିହାରେ ପ୍ରତିଷ୍ଠା ହୋଇଥିଲା। ୨୦୦୦ ମସିହା ପୂର୍ବରୁ ସେହି ଅଞ୍ଚଳ ଥିଲା ଏକ ଟାଙ୍ଗରା ପାହାଡ଼।

publive-image Sambad

କିନ୍ତୁ ଏବେ ଫୁଲ, ଫଳରେ ହସୁଛି । ମନ୍ଦିର ଚତୁଃପାର୍ଶ୍ୱ ଦେବ/ଦେବତା ଗଣେଶ ମନ୍ଦିର, ଶିବ ମନ୍ଦିର, ନବଗ୍ରହ ଏବଂ ପାନ୍ଥଶାଳା, ନାଟମଣ୍ଡପ, ସହ ୪୦୦ ବିଭିନ୍ନ ପ୍ରକାର ଆମ୍ବ ଠାରୁ ଆରମ୍ଭ କରି ନଡ଼ିଆ, ପିଜୁଳି, କଦଳୀ ସହ ବିଭିନ୍ନ ଫଳ ଓ ଫୁଲ ଗଛ ଲଗାଇଛନ୍ତି। ଏଠାରେ ଯଜ୍ଞ, ପଣା ସଂକ୍ରାନ୍ତି, ଶୀତଳ ଷଷ୍ଠୀ, ହନୁମାନ ଜୟନ୍ତୀ, ଶ୍ରୀରାମ ନବମୀ ଆଦି ପାଳନ କରାଯାଉଛି। ବ୍ରଜବନ୍ଧୁ ୧୯୮୮ରେ ସ୍ଥାପିତ ହୋଇଥିବା ପଞ୍ଚାୟତ ଉଚ୍ଚବିଦ୍ୟାଳୟକୁ ମଧ୍ୟ ସର୍ବାଧିକ ଅର୍ଥ ଦାନ କରିଥିଲେ।\ ୧୯୩୭ ମସିହାରେ ଜନ୍ମିତ ବ୍ରଜବନ୍ଧୁଙ୍କର /ଏଭଳି କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe