ବ୍ରଜରାଜନଗରବାସୀଙ୍କ ଦାବି ପ୍ରତି ଗୁରୁତ୍ବ ଦିଆଯିବ: କିଶୋର

ବ୍ରଜରାଜନଗରବାସୀଙ୍କ ଦାବି ପ୍ରତି ଗୁରୁତ୍ବ ଦିଆଯିବ: କିଶୋର

ଝାରସୁଗୁଡ଼ା: ବ୍ରଜରାଜନଗର ବିଧାନ ସଭା ଆସନରୁ ବିଜେଡ଼ି ପ୍ରାର୍ଥୀ କିଶୋର କୁମାର ମହାନ୍ତି ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥିନୀ ଶ୍ରୀମତୀ ରାଧାରାଣୀ ପଣ୍ଡାଙ୍କୁ ୧୧ ହଜାର  ୬୨୪ ଭୋଟରେ ପରାସ୍ତ କରି ବିଜୟୀ ହୋଇଛନ୍ତି। ଶ୍ରୀ ମହାନ୍ତି ୭୯ ହଜାର ୪୯୦ ଭୋଟ ପାଇଥିବା ବେଳେ ଶ୍ରୀମତୀ ପଣ୍ଡା ୬୭ ୦ଜାର ୮୬୬ ଭୋଟ ପାଇଛନ୍ତି। ସେହିପରି ସିପିଆଇ ପ୍ରାର୍ଥୀ ୯୨୬୪ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି। ବହୁଜନ ସମାଜ ପାର୍ଟି ପ୍ରାର୍ଥୀ ସୀତାରାମ ରୋହିଦାସ ୨୦୦୭, ଓଡ଼ିଶା ପ୍ରଗତୀ ଦଳ ପ୍ରାର୍ଥୀ ରଜନୀ ଭୁଏ ୯୩୮, ପ୍ରଗତିଶୀଳ ସମାଜବାଦୀ ପାର୍ଟି(ଲୋହିଆ) ସୁବାସ ବେହେରା ୪୮୭, ସମତା କ୍ରାନ୍ତି ଦଳ ପ୍ରାର୍ଥୀ ହରପ୍ରସାଦ ମେହେର ୬୦୮ ଭୋଟ ପାଇଛନ୍ତି। କୌଣସି ତୃଟି ଥିବାରୁ ଏହି ଆସନରେ ଦୁଇଟି ବୁଥ୍‌ର ଭୋଟ ଗଣତି ବାକି ରହିଥିବା ଜଣା ଯାଇଛି।

ବ୍ରଜରାଜନଗର ସବୁ ବେଳେ ଅବହେଳିତ ହୋଇ ରହିଛି। ଏଠାରେ ସ୍ବାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ ଭଳି ଲୋକଙ୍କ ମୌଳିକ ସୁବିଧା ପୂରଣ ହୋଇ ପାରି ନାହିଁ। ବିଦ୍ୟାଳୟ ଅଛି ଶିକ୍ଷକ ନାହାନ୍ତି, ଡାକ୍ତରଖାନା ଅଛି ଡାକ୍ତର ନାହାନ୍ତି। ଯଦି ଡିଏମ୍‌ଏଫ୍‌ ପାଣ୍ଠିରୁ ଲକ୍ଷେ ଟଙ୍କା ଦେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ନିଯୁକ୍ତ କରାଯାଇ ପାରୁଛି। ତେବେ ଲଖନପୁର ଉଣେଇଶ ଖଣ୍ଡ ମୌଜରେ ଡ଼ିଏମ୍‌ଏଫ୍‌ ପାଣ୍ଠିରେ କାହିଁକି ଡାକ୍ତର ନିଯୁକ୍ତି କରାଯାଇ ନପାରିବ। ମୁଖ୍ୟମନ୍ତ୍ରୀଙ୍କ ସହଯୋଗକ୍ରମେ ପାନୀୟ ଜଳ ଯୋଗାଣ ଯୋଜନା ଏଠାରେ ଚାଲିଛି। ଆଗକୁ ଏହି ଅଞ୍ଚଳର ବିକାଶକୁ ମୁଁ ପ୍ରାଥମିକତା ଦେବା ସହିତ ଲୋକଙ୍କ ଦାବିକୁ ଗୁରୁତ୍ବ ଦେଇ କାମ କରିବି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe