ସାମ୍ନାକୁ ଆସିଲା ଗତକାଲି ବ୍ରଜରାଜନଗରରେ ଘଟିଥିବା ଗୁଳିକାଣ୍ଡର ଲୋମଟାଙ୍କୁରା ଭିଡିଓ

ସାମ୍ନାକୁ ଆସିଲା ଗତକାଲି ବ୍ରଜରାଜନଗରରେ ଘଟିଥିବା ଗୁଳିକାଣ୍ଡର ଲୋମଟାଙ୍କୁରା ଭିଡିଓ

ଝାରସୁଗୁଡ଼ା: ବ୍ରଜରାଜନଗରରେ ମୁଖ୍ୟ ବଜାରରେ ଥିବା ଏକ ଜଳଖିଆ ଦୋକାନ ଲକ୍ଷ୍ମୀ କ୍ୟାବରେ ଗତ ମଙ୍ଗଳବାର ରାତିରେ ଗୁଳିକାଣ୍ଡ ଘଟିଥିଲା। ଏହି ଗୁଳିକାଣ୍ଡରେ ମଣ୍ଟୁ ଘୋଷ(୩୦) ନାମରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା।

ସାମ୍ନାକୁ ଆସିଥିବା ଗୁଳିକାଣ୍ଡର ସିଧାସଳଖ ଦୃଶ୍ୟରେ ଦେଖିବାକୁ ମିଳୁଛି କି, ଜଳଖିଆ ଦୋକାନର କାଉଣ୍ଟରରେ ମଣ୍ଟୁ ଛିଡ଼ା ହୋଇଥିବା ବେଳେ ହଠାତ ଦୁଇଜଣ ଦୁର୍ବୃତ୍ତ ଘଟଣାସ୍ଥଳରେ ଆସି ପହଞ୍ଚି ଯାଉଛନ୍ତି। କେହି କିଛି ବୁଝିବା ପୂର୍ବରୁ ଉକ୍ତ ଦୁଇ ଦୁର୍ବୃତ୍ତ ପ୍ରଥମେ ମଣ୍ଟୁଙ୍କ ପେଟ ଓ ପରେ ମୁଣ୍ଡକୁ ଲକ୍ଷ୍ୟ କରି ଗୁଳି ଫୁଟାଇ ଥିଲେ। ଫଳରେ ମଣ୍ଟୁ ଛଟପଟ ହୋଇ ଚଟାଣରେ ପଡ଼ି ଯାଉଛନ୍ତି। ଏହାପରେ ପାଖକୁ ଆସି ତାଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଦୁଇଟି ଗୁଳି ମାରିଥିଲେ।  ଏହି ଦୃଶ୍ୟ ଦେଖି ସେଠାରେ ଉପସ୍ଥିତି କିଛିଲୋକେ ଭୟରେ ସେ ସ୍ଥାନ ଛାଡି ଚାଲି ଯାଉଛନ୍ତି। ଏହାପରେ ଦୁଇ ଜଣ ଯୁବକ ଏକ ବାଇକରେ ଘଟଣାସ୍ଥଳରୁ ଫେରାର ହୋଇଯାଉଛନ୍ତି।

ଗୁଳିକାଣ୍ଡରେ ମୃତ ମଣ୍ଟୁ ହେଉଛି ବହୁଚର୍ଚ୍ଚିତ ଅମିତ ଧଳ ହତ୍ୟାକାଣ୍ଡରେ ସଂପୃକ୍ତ ସୋନୁ ଘୋଷର ଭାଇ। ସୋନୁ ଘୋଷ ଏବେ ଜେଲରେ ଅଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହୋଟେଲରେ ଲାଗିଥିବା ସିସିଟିଭିକୁ ପୁଲିସ ଜବତ କରି ତଦନ୍ତ କରୁଥିବା ବେଳେ ଏହି ହତ୍ୟାକାଣ୍ଡ ସହିତ ମାଫିଆଙ୍କ ସଂପୃକ୍ତି ଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe