ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀଙ୍କ ବିରୋଧରେ ଲାଞ୍ଚ ନେବା ଅଭିଯୋଗ

Advertisment

ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ, ତଦନ୍ତ ଆରମ୍ଭ କଲେ ଏଡିଏମ

ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ, ତଦନ୍ତ ଆରମ୍ଭ କଲେ ଏଡିଏମ

ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀଙ୍କ ବିରୋଧରେ ଲାଞ୍ଚ ନେବା ଅଭିଯୋଗ

photo-poetsandquants

ବାରିପଦା: ମୟୂରଭଞ୍ଜ ଜିଲ୍ଳା ଶିଶୁ ସୁରକ୍ଷା ଅଧିକାରିଣୀ (ଡିସିପିଓ)ମମତାମୟୀ ବିଶ୍ବାଳଙ୍କ ବିରୋଧରେ ଆସିଛି ବିଭିନ୍ନ ଏନଜିଓ ଗୁଡିଙ୍କ ନିକଟରୁ ଲାଞ୍ଚ ନେବାର ଅଭିଯୋଗ। ଉକ୍ତ ଘରୋଇ ସଂସ୍ଥା ଗୁଡିକ ନିକଟରୁ ଅର୍ଥ ନେଇ ଅଭିଜ୍ଞତା ନଥାଇ ମଧ୍ୟ ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଡିସିପିଓ ଶ୍ରୀମତୀ ବିଶ୍ୱାଳ ଅନୁକମ୍ପା ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି। ସେଣ୍ଟର ଫର ଚାଇଲଡ଼ ରାଇଟସ ଓଡ଼ିଶା ର ସହ-ଆବାହକ ସତ୍ୟନାରାୟଣ ବିଶ୍ୱାଳ ଏହି ଅଭିଯୋଗ ଆଣିଛନ୍ତି। ଗତ ମାର୍ଚ୍ଚ ମାସ ୨୨ ରେ ଶ୍ରୀ ବିଶ୍ବାଳ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଡିସିପିଓ ଙ୍କ ଦୁର୍ନୀତି ବିଷୟକୁ ନେଇ ଏହି ଅଭିଯୋଗ କରିଥିଲେ। ଶ୍ରୀ ବିଶ୍ବାଳ ଙ୍କ ଅଭିଯୋଗ ଅନୁସାରେ ଆବଶ୍ୟକ ଭିତ୍ତିଭୂମି ଏବଂ ଅଭିଜ୍ଞତା ନଥିବା ଜିଲ୍ଲାର କିଛି ଏନଜିଓ ଗୁଡିକୁ ଡିସିପିଓ ମମତାମୟୀ ବିଶ୍ୱାଳ ଅର୍ଥ ନେଇ ସେମାନଙ୍କୁ ପ୍ରୋତ୍ସାହନ ଦେଉଛନ୍ତି। ନିକଟରେ ଆଡ଼ପସନ ଏଜେନ୍ସି ପରିଚାଳନା କରିବାକୁ ତିନି ବର୍ଷର ଅଭିଜ୍ଞତା ନଥିବା ମା ମଙ୍ଗଳା ବାଳାଶ୍ରମ ନିକଟରୁ ଡିସିପିଓ ଦୁଇ ଲକ୍ଷ ଟଙ୍କା ଲାଞ୍ଚ ନେଇଛନ୍ତି। ଅଧିକନ୍ତୁ ଟଙ୍କା ନେଇ ମିଥ୍ୟା କାଗଜପତ୍ର ପ୍ରସ୍ତୁତ କରି ଡିଏଲପିସି ଅନୁମୋଦନ ନେଇ ସରକାରଙ୍କ ନିକଟରୁ ଗ୍ରାଣ୍ଟ ପାଇବାକୁ ବ୍ୟବସ୍ଥା ଚାଲିଥିବା ଅଭିଯୋଗ ହୋଇଛି। ମହାଲକ୍ଷ୍ମୀ ମହିଳା ସମିତି ନିକଟରୁ ଏକ ଲକ୍ଷ ଟଙ୍କା ଉତ୍କୋଚ ନେଇ ଉକ୍ତ ସଂସ୍ଥାକୁ ସରକାରୀ ପାଣ୍ଠି ଯୋଗାଇଦେବାର କାରବାର ହୋଇଥିବା ଅଭିଯୋଗ ହୋଇଛି।

ସେହିପରି ସାଇକର୍ଣ୍ଣ ଆଶ୍ରମ ନିକଟରୁ ଏକ ଲକ୍ଷ, ବିଶ୍ୱବନ୍ଧୁ ଯୁବକ ସଂଘ ନିକଟରୁ ଏକ ଲକ୍ଷ ଟଙ୍କା ନେଇ ସେମାନଙ୍କର ଗ୍ରାଣ୍ଟ ଇନ ଏଡ କୁ ଜାରି ରଖିବାକୁ ପ୍ରମୋଟ କରିଛନ୍ତି । ଏହିଭଳି କାରଣ ପାଇଁ ବାରିପଦାସ୍ଥିତ ଆରଡିଏସି ନିକଟରୁ ମଧ୍ୟ ୫୦ ହଜାର ଟଙ୍କା ଲାଞ୍ଚ ନିଆଯାଇଛି। ସେହିପରି ବିଭିନ୍ନ କାର୍ଯ୍ୟ ପରିଚାଳନା ନିମନ୍ତେ ଯୋଗ୍ୟତା ନଥିବା ଏନଜିଓ ଗୁଡିକ ନିକଟରୁ ମଧ୍ୟ ଡିସିପିଓ ଶ୍ରୀମତୀ ବିଶ୍ୱାଳ ଲାଞ୍ଚ ନେଇଥିବା ଅଭିଯୋଗ କରିଛନ୍ତି ସତ୍ୟ ନାରାୟଣ। ଉକ୍ତ ଅଭିଯୋଗକୁ ଆଧାର କରି ଜିଲ୍ଲାପାଳ ବିନିଥ ଭରଦ୍ବାଜ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଅତିରିକ୍ତ ଜିଲ୍ଲାପାଳ (ଏଡିଏମ) ସାଧାରଣ ରୁଦ୍ର ନାରାୟଣ ମହାନ୍ତି ତଦନ୍ତ ଆରମ୍ଭ କରିଛନ୍ତି। ଏନେଇ ମା ମଙ୍ଗଳା ବାଳାଶ୍ରମ, ଚେଙ୍ଗୁମଙ୍ଗଳପୁର ବଡ଼ସାହି, ସାଇକର୍ଣ୍ଣ ଆଶ୍ରମ, ରାସଗୋବିନ୍ଦପୁର, ଆରଡ଼ିଏସି ବାରିପଦା ଏବଂ ବିଶ୍ୱବନ୍ଧୁ ସିସିଆଇ ଭଳି ସଂସ୍ଥା ଗୁଡିକୁ ଏହି ଅଭିଯୋଗ ଆଧାରରେ ସେମାନଙ୍କର ବୟାନ ରେକର୍ଡ କରିବାକୁ ଏଡିଏମଙ୍କ ଅଫିସରେ ଉପସ୍ଥିତ ରହିବାକୁ ନିର୍ଦେଶ ଦିଆଯାଇଛି।

ଏନେଇ ତଦନ୍ତକାରୀ ଅଧିକାରୀ ତଥା ଏଡିଏମ ଶ୍ରୀ ମହାନ୍ତି କହିଛନ୍ତି ଯେ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଅଭିଯୋଗରେ ନାମ ଥିବା ସଂପୃକ୍ତ ସଂସ୍ଥା ଗୁଡ଼ିଙ୍କୁ ସେମାନଙ୍କର ପକ୍ଷ ରଖିବାକୁ କୁହାଯାଇଛି। ଘଟଣାର ସତ ମିଛ ସମ୍ପର୍କରେ ସବିଶେଷ ତଦନ୍ତ ହେବା ପରେ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି। ସେହିପରି ତାଙ୍କ ବିରୋରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଡିସିପିଓ ମମତାମୟୀ ବିଶ୍ୱାଳ। କିଛି ନ୍ୟାସ୍ତସ୍ୱାର୍ଥ ବ୍ୟକ୍ତି ତାଙ୍କ ବିରୋଧରେ ଏପରି ମିଥ୍ୟା ଅଭିଯୋଗ ଆଣିଛନ୍ତି। ସେ ଜଣେ କର୍ତ୍ତବ୍ୟନିଷ୍ଠ ଅଧିକାରୀ ଭାବେ ସମସ୍ତ କାର୍ଯ୍ୟ କରିଥିବା ଶ୍ରୀମତୀ ବିଶ୍ବାଳ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe