ବଣ୍ଡାଘାଟିରେ ପ୍ରବଳ ବର୍ଷା, ଅଣ୍ଡ୍ରାହାଲ ଏବଂ ଅନକାଡେଲି ରାସ୍ତାର ଭାଙ୍ଗିଲା ବ୍ରିଜ

Advertisment
ବଣ୍ଡାଘାଟିରେ ପ୍ରବଳ ବର୍ଷା, ଅଣ୍ଡ୍ରାହାଲ ଏବଂ ଅନକାଡେଲି ରାସ୍ତାର ଭାଙ୍ଗିଲା ବ୍ରିଜ

Sambad

ମାଲକାନଗିରି:  ଗତ ଦୁଇଦିନ ହେଲା ବଣ୍ଡାଘାଟିରେ ପ୍ରବଳ ବର୍ଷା ହେଉଥିବା ଦେଖିବାକୁ ମିଳିଛି। ଯାହାଫଳରେ ବଣ୍ଡାଘାଟିରେ କଚ୍ଚା ରାସ୍ତାଗୁଡିକ ଖରାପ ହେବା ଯୋଗୁଁ ଯିବା ଆସିବା ସମ୍ଭବପର ହୋଇ ପାରୁନଥିବା ଜଣାପଡିଛି। ତେବେ ବିଶେଷ କ୍ଷତି ହୋଇଛି ଅଣ୍ଡ୍ରାହାଲ ଠାରୁ କୋରାପୁଟ ଜିଲ୍ଲାର ଅନକାଡେଲିକୁ ଯାଉଥିବା ରାସ୍ତାରେ ଥିବା ବ୍ରିଜ।ଏହି ବ୍ରିଜଟି ଭାଙ୍ଗିଯିବାରୁ ଏହି ରାସ୍ତାରେ ଆଉ ଲୋକେ ଯିବା ଆସିବା ବିପଦପୂର୍ଣ୍ଣ ବୋଲି କହିଛନ୍ତି। ପ୍ରତି ସପ୍ତାହରେ ବଣ୍ଡାଘାଟିରେ ଶହଶହ ମହିଳା ପୁରୁଷ ସାପ୍ତାହିକ ହାଟ ସହ ବିଭିନ୍ନ ଅତ୍ୟାବଶକୀୟ ଜିନିଷ କିଣିବାକୁ ଅନକାଡେଲିକୁ ଯାଇଥାନ୍ତି।

publive-image Sambad

ତେବେ ବର୍ଷା ଯୋଗୁଁ ଏହି ରାସ୍ତା ଖରାପ ହେବା ସହ ପାଦରେ ଚାଲିବା କଷ୍ଟକର ହୋଇପଡୁଥିବା ଦେଖିବାକୁ ମିଳିଛି। ତେବେ ଏହା ଏବେ ନୂତନ ଭାବେ ରାସ୍ତା କାମ ଚାଲୁଥିବା ଜଣାପଡିଛି। ତୁରନ୍ତ ଏହି ରାସ୍ତାର ମରାମତି ନହେଲେ ଏହି ରାସ୍ତାରେ ଯିବା ଆସିବା କରିବା ବିପଦପୂର୍ଣ୍ଣ ବୋଲି କୁହାଯାଇଛି। ତେବେ କିଛି ଲୋକ କିନ୍ତୁ ଅତ୍ୟାବଶକୀୟ କାମ ପାଇଁ ବାଧ୍ୟ ହୋଇ ଏହି ରାସ୍ତାକୁ ହିଁ ବ୍ୟବହାର କରୁଥିବା ସ୍ଥାନୀୟ ଲୋକେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe