ଭୁଶୁଡିଲା ନଦୀବନ୍ଧ ପୋଲ, ୧୨ ପଞ୍ଚାୟତକୁ ଗମନାଗମନ ଠପ୍‌

Advertisment
ଭୁଶୁଡିଲା ନଦୀବନ୍ଧ ପୋଲ, ୧୨ ପଞ୍ଚାୟତକୁ ଗମନାଗମନ ଠପ୍‌

ଆଳି: କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଭୂଇଁପୁର ଖରକା ବଜାର ନିକଟସ୍ଥ କାଣିନଦୀ ବନ୍ଧରେ ଥିବା ଏକ ପୋଲ (ସ୍ଲୁଇସଗେଟ)ଆଜି ହଠାତ ଭୁଶୁଡି ପଡିବା ଫଳରେ ଏହି ନଦୀବନ୍ଧ ଦେଇ ଯାତାୟତ ସଂପୂର୍ଣ୍ଣ ଠପ୍‌ ହୋଇଯାଇଛି। ଏହି ନଦୀବନ୍ଧ ଦେଇ ଆଳି ବ୍ଲକ ଧୋୟାଞ୍ଚଳର ୧୦ ପଞ୍ଚାୟତ ଅଧିବାସୀଙ୍କ ସମେତ ସାନମଙ୍ଗ, କଳସପୁର ଆଦି ପଞ୍ଚାୟତବାସୀ ଓ ପ୍ରତ୍ୟହ ଶହଶହ ଯାନବାହନ ଚଳାଚଳ କରେ। ଆଜି ଏହି ପୋଲ ମଝିରୁ ଭୁଶୁୁଡି ପଡିବା ଫଳରେ ଯାନବାହନ ଚଳାଚଳ ବନ୍ଦ ହୋଇଯାଇଛି। ଗତ ବନ୍ୟାରେ ବନ୍ୟାଜଳ ମାଡରେ ପୋଲଟି ଅତ୍ୟନ୍ତ ଦୁର୍ବଳ ହୋଇପଡିଥିବାରୁ ଏଭଳି ସ୍ଥିତି ହୋଇଛି ବୋଲି ସ୍ଥାନୀୟ ବାସିନ୍ଦାମାନେ କହିଛନ୍ତି। ତୁରନ୍ତ ଗମନାଗମନ ପାଇଁ ବ୍ୟବସ୍ଥା କରିବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି। ଘଟଣାସ୍ଥଳକୁ ବିଭାଗୀୟ ଯନ୍ତ୍ରୀଙ୍କୁ ପଠାଯାଇ ସ୍ଥିତି ଅନୁଧ୍ୟାନ ପରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ଆଳି ତଟବନ୍ଧ ବିଭାଗୀୟ ନିର୍ବହୀ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ରଥ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe