ତିନି ବର୍ଷ ପୂୂର୍ବରୁ ଲଘୁଚାପ ବର୍ଷାରେ ଭୁଶୁଡି ଥିଲା ପୋଲ, ହୋଇନି ଏଯାଏଁ ମରାମତି

Advertisment
ତିନି ବର୍ଷ ପୂୂର୍ବରୁ ଲଘୁଚାପ ବର୍ଷାରେ ଭୁଶୁଡି ଥିଲା ପୋଲ, ହୋଇନି ଏଯାଏଁ ମରାମତି

Sambad

ଜହ୍ନାପଙ୍କ: ବୌଦ୍ଧ ବ୍ଲକ ପଦ୍ମନପୁର ପଂଚାୟତରୁ ମୁଣ୍ଡାପଡା ପଂଚାୟତକୁ ସଂଯୋଗ କରୁଥିବା ବଡ଼ଖଲିଗାଁ-ବଡ଼ମାଳ ରାସ୍ତାରେ ଥିବା କୃପାନାଳ ୨୦୧୮ ମସିହାରେ ହୋଇଥିବା ଲଘୁଚାପ ଜନିତ ବର୍ଷାରେ ଧୋଇଯାଇ ଭାଙ୍ଗି ଯାଇଥିଲା। ଏହି ପୋଲ ଭାଙ୍ଗି ଯିବାର ତିନି ବର୍ଷ ବିତି ଯାଇଥିଲେ ସୁଦ୍ଧା ତାହା ମରାମତି କରାଯାଇ ନଥିବାରୁ ଏହି ବାଟ ଦେଇ ଯିବା ଆସିବା କରୁଥିବା କୁସୁମଝୁଲି, ବଡମାଲ, ମୁଣ୍ଡାପଡା, ଗୋଛାପଡା, ବଡଖାଲିଗାଁ, କୁଳୁତାଖଲି ଗ୍ରାମବାସୀ ବହୁ ଅସୁବିଧା ସମ୍ମୁଖୀନ ହେଉଛନ୍ତି।

କୃପାନାଳରେ ଥିବା ପୋଲ ଭୁଶୁଡି ଯିବା ପରେ ବଡଖଲିଗାଁ, ବଡମାଳ, କୁସୁମଝୁଲି, କୁଳୁତାଖଲି, ଗୋଛାପଡା ଗ୍ରାମବାସୀ ପଂଚାୟତ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଠାରେ ବହୁବାର ମରାମତି ପାଇଁ ଅଭିଯୋଗ କରିଥିଲେ ମଧ୍ୟ ମରାମତି କରିବାରେ ପ୍ରଶାଶନିକ ଅଧିକାରୀ ଓ ରାଜନେତାଙ୍କ ନଜର ନପଡିବ। ବହୁ ଦୁଃଖର ବିଷୟ ମୁଣ୍ଡାପଡା ଏକ ବ୍ୟବସାୟିକ ସ୍ଥଳ ହୋଇଥିବା ବେଳେ ଏହି ବାଟ ଦେଇ ବଡଖଲିଗାଁ ଓ ଗୋଛାପଡା ଗ୍ରାମବାସୀ ନିତି ଦିନ ଯିବା ଆସିବା କରିଥାନ୍ତି। ପୋଲ ଭାଙ୍ଗିବା ପରେ ଏହି ରାସ୍ତାକୁ କେବଳ ପାଦଚଳକ୍ଷ ରାସ୍ତା ଟିଏ କରି ଗ୍ରାମବାସୀ ଯିବା ଆସିବା କରୁଛନ୍ତି।

ବଡଖଲିଗାଁ ଓ ଗୋଛାପଡା କେତେକ ଚାଷୀ ମୁଣ୍ଡାପଡା ସେବା ସମବାୟର ସଦସ୍ୟ ଥିବା ବେଳେ ପୋଲ ମରାମତି ହେଉନଥିବାରୁ ଏହି ଦୁଇ ଗ୍ରାମର ଚାଷୀ ଭାଇମାନେ ୩ କିଲୋମିଟର ରାସ୍ତାରେ ମୁଣ୍ଡ ପଡା ନଯାଇ ବାଧ୍ୟ ହୋଇ ୧୨ କିଲୋମିଟର ରାସ୍ତା ବୁଲି ତୁଳସୀପୁର-ହରିପୁର-ବକ୍ଷରପୁଡୁଗ ରାସ୍ତା ଦେଇ ମୁଣ୍ଡାପଡା ଯାଇଥାନ୍ତି। ଏହା ସହ ଚାଷୀ ଭାଇ ତାର ଧାନ ଗଣ୍ଡିକ ବିକିବା ପାଇଁ ସମବାୟ ସମିତିକୁ ଯିବାପାଇଁ ହେଲେ ୧୨ କିଲୋମିଟର ଯିବାକୁ ହେଲେ ଟ୍ରାକର କିମ୍ବା ହଲଗାଡି ଉପରେ ନିର୍ଭର କରୁଛି।

ଏହି ପୋଲ ଉପରେ ପାଦଚଲା ବାଟରେ କେବଳ ଖରାଦିନେ ସମୟରେ ଯିବା ଆସିବା ହେଉଥିବା ବେଳେ ବାକି ବର୍ଷା ଓ ଶୀତ ଦିନରେ ପାଣି ବହୁଥିବା ବେଳେ ଲୋକେ ଯିବା ଆସିବା କରି ପାରୁ ନାହାନ୍ତି। ଏହି ପୋଲ ଉପରେ ଦେଇ ସ୍କୁଲ କଲେଜ ଛାତ୍ରଛାତ୍ରୀ ଯିବା ଆସିବା କରୁଥିବା ବେଳେ ବହୁ ସମୟରେ ଗ୍ରାମବାସୀ ଓ ଛାତ୍ରଛାତ୍ରୀ ଦୁର୍ଘଟଣା ଶିକାର ହେଉଛନ୍ତି। ଏଣୁ ଯୁଦ୍ଧକାଳୀନ ଭିତରେ ଏହି ପୋଲ ମରାମତି କରିବାକୁ ସନ୍ତୋଷ ରଣା, ବଶିଷ୍ଠ ରଣା, ସୁମନ୍ତ ବାରିକ, ଆଲୋକ ପ୍ରଧାନ, ଈଶ୍ୱର ବଗର୍ତି, ଦଶରଥ ଲଉରିଆ ପ୍ରମୁଖ ବଡଖଲିଗାଁ ଓ ଗୁଛପଡ଼ା ଗ୍ରାମବାସୀ ଦାବି ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe