ଗଞ୍ଜାମରେ ବ୍ରିଟେନ୍ ସତର୍କତା: କର୍ମଚାରୀ ହେଡ଼କ୍ବାର୍ଟର ଛାଡ଼ିବା ଉପରେ ରୋକ୍

Advertisment
ବିଶ୍ବର ପ୍ରଥମ ଦେଶ ଭାବେ ବ୍ରିଟିଶ କରୋନା ଭୂତାଣୁର କଲଚର କଲା ଭାରତ

ବ୍ରହ୍ମପୁର: ବ୍ରିଟେନ୍‌‌ରେ କରୋନାର ନୂଆ ‌ଷ୍ଟ୍ରେନ ଚିହ୍ନଟ ପରେ ପୁଣି ଭୟ ସୃଷ୍ଟି ହୋଇଛି। ବ୍ରିଟେନରୁ ରାଜ୍ୟକୁ ଫେରିଥିବା ଲୋକଙ୍କ ମଧ୍ୟରେ ବ୍ରହ୍ମପୁରର ୩ଜଣ ଥିବା ଜଣାପଡ଼ିଛି। ଗଞ୍ଜାମ ଜିଲ୍ଲାକୁ ଯେଭଳି କରୋନା ଦ୍ବିତୀୟ ପ୍ରବାହ ନ ଗ୍ରାସେ ସେଥିଲାଗି ଆଗୁଆ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ।

ଗୁରୁବାର ଠାରୁ ରବିବାର ପର୍ଯ୍ୟନ୍ତ ସରକାରୀ ଛୁଟି ଥିବାରୁ କୌଣସି କର୍ମଚାରୀ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ହେଡ଼କ୍ବାର୍ଟର ଛାଡ଼ି ପାରିବେନି ବୋଲି ନିର୍ଦ୍ଦେଶ ଜାରି ହୋଇଛି। ଧାର୍ମିକ ଅନୁଷ୍ଠାନ, ପିକ୍‌ନିକ୍‌ ସ୍ପଟ୍‌ ଓ ବେଳାଭୂମିରେ ଯେଭଳି ଲୋକଙ୍କ ଭିଡ଼ ନ ହେବ, ୩ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ୩ ଉପ ଜିଲ୍ଲାପାଳଙ୍କୁ ଗଞ୍ଜାମ ଜିଲ୍ଲାପାଳ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି, ବ୍ରିଟେନ୍‌ରେ କରୋନାର ନୂଆ ଷ୍ଟ୍ରେନ ଚିହ୍ନଟ ହୋଇଛି।

New coronavirus strain spreading in UK has key mutations: Scientists - health - Hindustan Times

ଏହାର ଦ୍ରୁତ ସଂକ୍ରମିତ ହେଉଥିବା ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅବଗତ କରାଯାଇଛି। ଏଥିଲାଗି ଗତ ୨୨ ତାରିଖରୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବ୍ରିଟେନ୍‌କୁ ସମସ୍ତ ବିମାନ ବନ୍ଦ ହୋଇଛି। ଉପ ଜିଲ୍ଲାପାଳମାନେ ଏଥିପ୍ରତି ଅଧିକ ସଜାଗ ରହିବାକୁ କୁହାଯାଇଛି।

୪ଦିନ ଛୁଟି ଥିବାରୁ ଯେଭଳି କୌଣସି ସ୍ଥାନରେ ଅନାବଶ୍ୟକ ଭିଡ଼ ନ ଜମେ ତାହା ରୋକିବାକୁ କୁହାଯାଇଛି। ଉପ ଜିଲ୍ଲାପାଳମାନେ ସ୍ଥିତି ଅନୁଧ୍ୟାନ କରି ଜାନୁଆରି ପ୍ରଥମ ସପ୍ତାହ ମଧ୍ୟରେ ଧର୍ମାନୁଷ୍ଠାନ ଖୋଲିବା ଲାଗି ପଦକ୍ଷେପ ନେଇପାରିବେ। ଅନ୍ୟପକ୍ଷରେ ଜିଲ୍ଲାରେ କାଲି ଠାରୁ କୋଭିଡ଼୍‌ ସଚେତନତା ରଥ ଗଡ଼ିବ। କଳାକାରମାନେ ରଥରେ ବିଭିନ୍ନ ଅଞ୍ଚଳ ପରିକ୍ରମା କରି ଲୋକଙ୍କୁ ସଚେତନ କରିବେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe