ଭାଇ ଜୁଇଁତିଆ ପାଇଁ ଭଉଣୀକୁ ଆଣୁଥିବା ବେଳେ ଟିପର ଧକ୍କାରେ ଭାଇ-ଭଉଣୀ ମୃତ

ଖୁଣ୍ଟରେ ପିଟିହେଲା ବାଇକ୍: ପୁଅ ମୃତ, ବାପା ଗୁରୁତର

Hari Bhoomi

ଝାରସୁଗୁଡ଼ା: ଝାରସୁଗୁଡ଼ା ନିକଟ ବଡ଼ମାଲ ଥାନା ନିକଟ ‘ବିଜୁ ଏକ୍ସପ୍ରେସ ୱେ’ରେ ଆଜି ପୁଣି ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇ ଜୀବନ ନେଇଛି। ଆଗାମୀ ୩ ତାରିଖ ଦିନ ପଶ୍ଚିମ ଓଡ଼ିଶାର ଭାଇ ଜୁଇଁତିଆ ପର୍ବ ପାଇଁ ନିଜ ଭଉଣୀକୁ ଶାଶୁ ଘରୁ ନେଇ ଆସୁଥିବା ବେଳେ ଘଟିଛି ଏହି ଦୁର୍ଘଟଣା।

ବଡ଼ମାଲ ଥାନା ଅଧିକାରୀ ଅମିତାଭ ପଣ୍ଡାଙ୍କ ସୂଚନା ଅନୁଯାୟୀ ଆଜି ସକାଳ ୮.୪୫ ମିନିରେ ବସନ୍ତବିହାର ସମ୍ମୁଖରେ ବାଇକ ନମ୍ବର ଓଡି୨୩ ଏଚ୍୯୨୪୮ରେ ବ୍ରଜରାଜନଗର ଛୁଆଲିବେର୍ଣ୍ଣା ଗ୍ରାମର ରୂପେଶ ସାହୁ(୨୫) ତାଙ୍କ ଭଉଣୀକୁ ଜୁଜୁମୁରା ବସିଆପଡ଼ାରୁ ଆଣୁଥିବା ବେଳେ ଘଟଣାସ୍ଥଳରେ ବିପରିତ ଦିଗରୁ ଆସୁଥିବା ଏକ ଟିପର ନମ୍ବର ଓଡି୧୪ ଏକ୍ସ୧୮୦୧ ସହିତ ଧକ୍କା ହୋଇଥିଲା। ପୁଲିସ ଓ ସ୍ଥାନୀୟ ଲୋକେି ଉଭୟଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଭଉଣୀ ଅଞ୍ଜଳୀ ପ୍ରଧାନ(୨୮)ଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଭାଇ ରୂପେଶକୁ ବୁର୍ଲା ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ସନ୍ଧ୍ୟାରେ ଚିକିତ୍ସାଧିନ ଅବସ୍ଥାରେ ଭାଇ ରୂପେଶ ମଧ୍ୟ ଆଖି ବୁଜିଥିଲା। ପୁଲିସ ଉଭୟ ଗାଡ଼ିକୁ ଜବତ କରିଥିବା ବେଳେ ଭଉଣୀର ଶବକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ବେଳେ ଭାଇର ମୃତଦେହ ବୁର୍ଲାରେ ଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe