ଭେଡ଼େନ: ବରଗଡ଼ ଜିଲ୍ଲା ଭେଡ଼େନ ଥାନା ଅନ୍ତର୍ଗତ ଲୁପୁରସିଂହା ଗ୍ରାମର କମଳାକାନ୍ତ ଖୁଣ୍ଟୁଲି (୪୫ ବର୍ଷ) ନିଜ ଭାଉଜଙ୍କୁ ଟାଙ୍ଗିଆରେ ପ୍ରାଣାନ୍ତକ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ପୁଲିସ୍ ଅଭିଯୁକ୍ତ କମଳାକାନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୋଗ ଅନୁସାରେ ଲୁପୁରସିଂହା ଗ୍ରାମର ପଦ୍ମାଳୟା ଖୁଣ୍ଟୁଲି (୫୦ ବର୍ଷ) ନିକଟସ୍ଥ ଅଙ୍ଗନବାଡି କେନ୍ଦ୍ରକୁ ଯାଉଥିଲେ। ଏହି ସମୟରେ ହଠାତ୍ ଦିଅର କମଳାକାନ୍ତ ସେଠାରେ ପହଂଚିଥିଲା। କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।
ହଠାତ୍ କମଳାକାନ୍ତ ଉତ୍କ୍ଷିପ୍ତ ହୋଇ ପଦ୍ମାଳୟଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲା। ଫଳରେ ତାଙ୍କର ଦୁଇ ହାତ ଓ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ସେ ଚେତାଶୂନ୍ୟ ହୋଇ ପଡିଯାଇଥିଲେ। ଖବରପାଇ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଭେଡ଼େନ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ। ପରେ ଭେଡ଼େନ ଥାନାରେ ଅଭିଯୋଗ କରିଥିଲେ। ଥାନା କେସ୍ ନମ୍ବର ୧୬୦/୨୩ରେ ଏକ ମାମଲା ରୁଜୁ ହୋଇ ପୁଲିସ୍ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।
Follow Us