ଜମିବାଡ଼ିକୁ କେନ୍ଦ୍ର କରି ହତ୍ୟାକାଣ୍ଡ: ଭାଇକୁ ମାରିଦେଲା ଭାଇ

Advertisment
ମାରଣାସ୍ତ୍ରରେ ଯୁବକଙ୍କୁ ହତ୍ୟା!

ମ.ରାମପୁର: କଳାହାଣ୍ଡି ଜିଲ୍ଲା ମ.ରାମପୁର ପୁଲିସ୍ ହତ୍ୟା ଅଭିଯୋଗରେ ଧର୍ମଗଡ଼ ଗଡ଼ିଆଜୋର୍‌ର ଏସ୍‌.ସୁରେନ୍ଦ୍ର ଦୋରାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ପ୍ରକାଶ ଯେ, ଗତ ଡିସେମ୍ବର ୩୧ ତାରିଖ ସନ୍ଧ୍ୟାରେ ମ.ରାମପୁର ପୁଲିସ୍ ପାଇକ ସଢେଲ ଜଙ୍ଗଲରୁ

ଗଞ୍ଜାମ ଜିଲ୍ଲା କଂସମାରି ଗ୍ରାମର ଏସ୍. ସୀମାଞ୍ଚଳ ଦୋରା (୬୫)ଙ୍କ ମୃତଦେହ ଉଦ୍ଧାର କରିଥିଲା। ଏନେଇ ପୁଲିସ୍‌ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଥିଲା। ଏହି ଘଟଣାରେ ପୁଲିସ୍ ବୁଧବାର ମୃତ ସୀମାଞ୍ଚଳଙ୍କ ଭାଇ ଏସ୍‌.ସୁରେନ୍ଦ୍ରକୁ ଗିରଫ କରିବା ପରେ ଘଟଣା ବିଷୟରେ ସବୁକଥା ଜଣାପଡ଼ିଥିଲା। ଘଟଣା ଦିନ ମୃତ ସୀମାଞ୍ଚଳ ନିଜ ଗ୍ରାମରୁ ଏକ ସ୍କୁଟି ଯୋଗେ ଧର୍ମଗଡ଼ ଅଞ୍ଚଳକୁ କିଛି କାମରେ ଆସିଥିଲେ। କାମ ସାରି ମ.ରାମପୁର ଦେଇ ତୁଣ୍ଡଲା ଗ୍ରାମକୁ ଆସୁଥିଲେ। ପୂର୍ବରୁ ଦୁଇ ଭାଇଙ୍କ ମଧ୍ୟରେ ଜମିବାଡ଼ିକୁ ନେଇ ବିବାଦ ଲାଗି ରହିଥିବା ବେଳେ ସୀମାଞ୍ଚଳକୁ ମାରିବା ପାଇଁ ଏସ୍‌.ସୁରେନ୍ଦ୍ର ଯୋଜନା କରିଥିଲେ। ପରେ ଦୁଇ ଜଣଙ୍କ ସହ ମିଶି ପାଇକ ସଢ଼େଲ ଜଙ୍ଗଲ ନିକଟରେ ଖାଲି ରାସ୍ତା ଦେଖି ସୀମାଞ୍ଚଳକୁ ଲୁହାରଡ୍‌ରେ ପିଟିପିଟି ମାରି ଦେଇଥିଲେ। ଆଇଆଇସି ସଚିନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ପୁଲିସ୍‌ ବ୍ୟାପକ ତଦନ୍ତ ପରେ ଆଜି ମୁଖ୍ୟ ଅଭିଯୁକ୍ତ ଏସ୍‌.ସୁରେନ୍ଦ୍ର ଦୋରାଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିବା ଏସଆଇ ସିରାଜ ପାଢ଼ୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe