ଧଳା ଜହର କାରବାରରେ ସାମିଲ ନାବାଳକ : ବାରିପଦାରୁ ଜବତ ହେଲା ୨୫ ଗ୍ରାମ ବ୍ରାଉନ ସୁଗାର

Advertisment

ଜଣେ ନାବାଳକ ଅଟକ, ଜଣେ ଗିରଫ

ଜଣେ ନାବାଳକ ଅଟକ, ଜଣେ ଗିରଫ

ଧଳା ଜହର କାରବାରରେ ସାମିଲ ନାବାଳକ : ବାରିପଦାରୁ ଜବତ ହେଲା ୨୫ ଗ୍ରାମ ବ୍ରାଉନ ସୁଗାର

odisha-bytes

ବାରିପଦା : ରାଜଧାନୀରେ ଧଳା ଜହର କାରବାରରେ ଇଂଜିନିୟରିଂ ଛାତ୍ରଙ୍କ ସମ୍ପୃକ୍ତି ସାମ୍ନାକୁ ଆସୁଥିବାବେଳେ ବାରିପଦାରେ ଏହି  କାରବାରରେ ନାବାଳକଙ୍କ ସମ୍ପୃକ୍ତି ପଦାକୁ ଆସିଛି। ଆଜି ବାରିପଦା ଟାଉନ ଥାନା ପୁଲିସ ପକ୍ଷରୁ ଜବତ ୨୫ ଗ୍ରାମ ବ୍ରାଉନ ସୁଗାର ମାମଲାରେ ଜଣେ ନାବାଳକଙ୍କ ଅଟକ ରଖିଛି ପୁଲିସ।
ବାରିପଦା ସହରରେ ଧଳା ଜହର କାରବାର ରେ ରୋକ ଲଗାଇବା ପାଇଁ ପୁଲିସ ପକ୍ଷରୁ ବାରମ୍ବାର ଚଢାଉ କରାଯାଇ ବ୍ରାଉନ ସୁଗାର ଜବଦ ସହ ଆସାମୀଙ୍କୁ ଗିରଫ କରାଯାଉଥିଲେ ମଧ୍ୟ ଏଜି ନିଶା ବେପାର ବନ୍ଦ ହେବାର ନାମ ନେଉନି ।
publive-image
ଆଜି ବାରିପଦା ଟାଉନ ପୁଲିସ ପକ୍ଷରୁ ପୁଣିଥରେ ଥାନା ଅଧିନ ପାଲବଣି ଗୋଲେଇ ନିକଟରେ ପୂର୍ବ ଯୋଜନା ମୁତାବକ ବାରିପଦା ଟାଉନ ଥାନା ଅଧିକାରୀ ବିରେନ୍ଦ୍ର କୁମାର ସେନାପତିଙ୍କ ନିର୍ଦ୍ଦେଶ କ୍ରମେ ଏସଆଇ ଅଶୋକ ବାରିକଙ୍କ ନେତୃତ୍ୱରେ ଗଠିତ ଟିମ ଅଚାନକ ଚଢାଉ କରି ୨୫ ଗ୍ରାମ ଓଜନର ଧଳା ଜହର ଜବତ କରାଯିବା ସହିତ ଏହି କାରବାରରେ ଲିପ୍ତ ଥିବା ଦୁଇ ଜଣଙ୍କୁ ପୋଲିସ ଧରିବାରେ ସକ୍ଷମ ହୋଇଛି। ଧରାପଡିଥିବା ଦୁଇ ଅପରାଧୀଙ୍କ ମଧ୍ୟରୁ ଜଣେ ନାବାଳକ ଥିବା ବେଳେ ଅନ୍ୟଜଣେ ସୁନଗଡ଼ିଆ ଅଂଚଳର ପୂର୍ଣ୍ଣଚନ୍ଦ୍ର ବେହେରା ବୋଲି ଜଣାଯାଇଛି । ଜବତ ହୋଇଥିବା ବ୍ରାଉନ ସୁଗାରର ମୂଲ୍ୟ ଖୋଲା ବଜାରରେ ଅଢେଇ ଲକ୍ଷ ଟଙ୍କା  ହେବ ବୋଲି କୁହା ଯାଇଛି । ଏବାବଦରେ ବାରିପଦା ଟାଉନ ଥାନାରେ କେସ ନଂ ୭୯୪/୨୧ ମୂଳେ ଏକ କେସ ରୁଜୁ କରାଯାଇ ୨ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ବ୍ରାଉନ ସୁଗାର ସହିତ ଗୋଟିଏ ପ୍ଲେଜର ସ୍କୁଟି ସହିତ ଗୋଟିଏ ମୋବାଇଲ ଫୋନ ମଧ୍ୟ ଜବଦ କରାଯାଇଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe