୨୭୨ ଗ୍ରାମ ବ୍ରାଉନସୁଗାର ଜବତ, ୩ ଗିରଫ

Advertisment
୨୭୨ ଗ୍ରାମ ବ୍ରାଉନସୁଗାର ଜବତ, ୩ ଗିରଫ

Sambad

ବସ୍ଥା: ୨୭ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ ସହ ୩ ଗିରଫ। ବସ୍ତା ଥାନା ଏସ୍‌ଆଇ ବିଡ଼ି ପ୍ରଧାନଙ୍କ ସମେତ ଅନ୍ୟ କର୍ମଚାରୀ ଆଜି ପେଟ୍ରୋଲିଂ କରିବା ସମୟରେ ବିଷେଶସୂତ୍ରରୁ ଖବର ପାଇଁ ଏକ ଟାଟା ଇଣ୍ତିଆ କାର ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ଉକ୍ତ କାରଟିରୁ ୨୭୨ ଗ୍ରାମ ବ୍ରାଉନସୁଗାର ସମେତ ୬୪,୮୯୦ ଟଙ୍କା, ୩ଟି ମୋବାଇଲ, ଏଟିଏମ୍‌ କାର୍ଡ଼ ଜବତ କରାଯାଇଥିବାବେଳେ ୩ ଜଣଙ୍କୁ ଗିରଫ କରାଯାଇଛି। ଜବତ ବ୍ରାଉନସୁଗାରର ମୂଲ୍ୟ ୨୭ଲକ୍ଷ ଟଙ୍କାରୁ ଅଧିକ ଥିବା ସୂଚନା ମିଳିଛି।

ସୂଚନାଅନୁଯାୟୀ, ବସ୍ତା ଥାନା ଏସ୍‌ଆଇ ଓ ଅନ୍ୟ ପୁଲିସ କର୍ମଚାରୀ ଆଜି ପ୍ରେଟାଲିଂ କରିବା ସମୟରେ ଏକ ଟାଟା ଇଣ୍ତିକା କାର ଅଟକାଇ ଯାଞ୍ଚ କରିଥିଲେ। ତେବେ କାରଟିରୁ ୨୭୨ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିବାବେଳେ ଏହାର ମୂଲ୍ୟ ୨୭ ଲକ୍ଷରୁ ଉର୍ଦ୍ଧ୍ବ ଥିବା ଜଣାପଡ଼ିଛି। ବ୍ରାଉନସୁଗାର ସମେତ ୬୪,୮୯୦ ଟଙ୍କା, ୩ଟି ମୋବାଇଲ, ଏଟିଏମ୍‌ କାର୍ଡ଼ ଜବତ କରାଯାଇଛି। ତେବେ ଗିରଫ ତିନି ଅଭିଯୁକ୍ତ ହେଲେ ଜଳେଶ୍ବର ଅଞ୍ଚଳର ହରିଶଙ୍କର ଦାସ, ତାଡ଼କେଶ୍ବର ଜେନା ଓ ନିମାଇଁ ବେହେରା। ତିନି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe