କଟକ ମର୍କତନଗର ଅଞ୍ଚଳରୁ ବ୍ରାଉନ ସୁଗାର ଜବତ, ୬ ଗିରଫ

Advertisment
କଟକ ମର୍କତନଗର ଅଞ୍ଚଳରୁ ବ୍ରାଉନ ସୁଗାର ଜବତ, ୬ ଗିରଫ

Sambad

କଟକ: ମର୍କତନଗର ଥାନା ଅଞ୍ଚଳରୁ ବ୍ରାଉନ୍‌ ସୁଗାର ବିକ୍ରିର ଏକ ମାମଲା ସାମ୍ନାକୁ ଆସିଛି। ପ୍ରାୟ ୩୩୩.୨୯ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି ପୁଲିସ୍‌, ଯାହାର ମୂଲ୍ୟ ୩ଲକ୍ଷ ଟଙ୍କା ବୋଲି ଅନୁମାନ କରାଯାଉଛି। ଏହି ମାମଲାରେ ପୁଲିସ ୬ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କ ମଧ୍ୟରେ ୩ଜଣ ବେପାରୀ ରହିଥିବା ବେଳେ ୨ଜଣ ଔଷଧ‌ ଦୋକାନୀ ଓ ଜଣେ ଯୁବକ ସାମିଲ ଅଛନ୍ତି। ଉକ୍ତ ବ୍ୟକ୍ତିମାନେ ନିଶା ଔଷଧ‌ ସହ ଏହି ବ୍ରାଉନ୍‌ ସୁଗାର୍‌ ବିକ୍ରି କରୁଥିଲେ। ଦୁଇଜଣ ଔଷଧ‌ ଦୋକାନୀ ବ୍ରାଉନ୍ ସୁଗାର କାରବାରରେ ସମ୍ପୃକ୍ତ ରହିଥିବାରୁ ଏବେ ପୁଲିସର ନଜର ଅନ୍ୟ ଔଷଧ ଦୋକାନୀମାନଙ୍କ ଉପରେ ମଧ୍ୟ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe