୫ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

୫ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

Sambad

ଖୋର୍ଦ୍ଧା: ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ବାଘମାରୀ ଥାନା ଅଧୀନ ପୋଡ଼ାଡିହ ଠାରୁ ପ୍ରାୟ ୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ସହ ଜଣଙ୍କୁ ଗିରଫ କରାଯାଇଛି। ଖୋର୍ଦ୍ଧା ଅବକାରୀ ଇନ୍ସପେକ୍ଟର ଭୈରବ ସାହୁଙ୍କ ସୂଚନାନୁସାରେ, ଗୁଇନ୍ଦା ତଥ୍ୟ ଆଧାରରେ ଭିଲ୍ଳାପାଳ ଓ ଅବକାରୀ ଅଧୀକ୍ଷକଙ୍କ ନିର୍ଦେଶରେ ଆଜି ସକାଳ ପ୍ରାୟ ୮ଟାରେ ଏକ ଟିମ ପୋଡ଼ାଡିହରେ ଥିବା ପ୍ରଭାତ ସେଠୀ(୩୨)ଙ୍କ ଘରେ ଚଢ଼ଉ କରିଥିଲେ। ସେମାନଙ୍କୁ ଦେଖି ବ୍ରାଉନସୁଗାର ସହ ଖସିପଳାଇବାକୁ ଉଦ୍ୟମ କରିଥିଲା। ତାକୁ ଗୋଡ଼ାଇ ଧରିଥିଲେ। ତା ନିକଟରୁ ଓ ଘରୁ ୫୨ ଗ୍ରାମ ବ୍ରାଉନସୁଗାର ଯାହାର ଆନୁମାନିକ ମୂଲ୍ୟ ୫ଲକ୍ଷ ୨୦ହଜାର ଟଙ୍କା ହେବ ଜବତ କରାଯାଇଛି।

ଏନେଇ ୬୦/୨୦୨୧-୨୨ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ସୂଚନାଯୋଗ୍ୟ, ପ୍ରଭାତ ସେଠୀଙ୍କ ବ୍ରାଉନସୁଗାର କାରବାର ନେଇ କିଛି ମାସ ପୂର୍ବେ ଏକ ଭିଡ଼ିଓ ଭାଇରାଲ୍ ହୋଇଥିଲା। ଏହାପରେ ଅବକାରୀ ବିଭାଗ ତତ୍ପର ହୋଇ ପ୍ରଭାତଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିଥିଲା। ଭିଡ଼ିଓ ଭାଇରାଲ୍ ହେବା ପରେ କିଛିଦିନ ସେ ବ୍ୟବସାୟ ବନ୍ଦ କରିଦେବା ପରେ ବର୍ତ୍ତମାନ ପୁଣିଥରେ ଏହି ମାରାତ୍ମକ ନିଶା ବ୍ୟବସାୟ ଆରମ୍ଭ କରିଥିଲା। ଆଜିର ଏହି ଚଢ଼ଉରେ ଖୋର୍ଦ୍ଧା ଅବକାରୀ ଇନ୍ସପେକ୍ଟର ଶ୍ରୀ ସାହୁ, ଭ୍ରାମ୍ୟମାଣ ଅବକାରୀ ଇନ୍ସପେକ୍ଟର ସସ୍ମିତା ହୋତା, ଟାଙ୍ଗୀ ରେଞ୍ଜ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନ, ଖୋର୍ଦ୍ଧା ଓଆଇସି ବି ମନୋଜ କୁମାର ଓ ବେଗୁନିଆ ଓଆଇସି ବିରଞ୍ଚି ନାରାୟଣ ମହାନ୍ତିଙ୍କ ସହ ଅନ୍ୟ ଅବକାରୀ କର୍ମଚାରୀ ମାନେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe