୧.୨୦ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୩ ଗିରଫ

Advertisment
୧.୨୦ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୩ ଗିରଫ

Sambad

ଖୋର୍ଦ୍ଧା: ବାଘମାରି ଥାନା ପୁଲିସ ପକ୍ଷରୁ ଚଢ଼ଉ କରାଯାଇ ଆଜି ୧ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର ସହ ୩ଜଣଙ୍କୁ ଗିରଫ କରିଛି। ସୂଚନାନୁସାରେ, ଆଜି ସକାଳେ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇର ଥାନାର ଭାରପ୍ରାପ୍ତ ଅଧିକାରୀ ପ୍ରଜ୍ଞା ଋତୁମ୍ଭରା କରଙ୍କ ନେତୃତ୍ୱରେ ଇନ୍ସପେକ୍ଟର ରଶ୍ମୀ ରଂଜନ ଦାଶ, ଏଏସ୍ଆଇ ଆର୍ କେ ପୁହାଣ ଓ ଅନ୍ୟ ପୁଲିସ କର୍ମଚାରୀ ଭଗୋଡ଼ା ଶିବ ମନ୍ଦିର ନିକଟରେ ଚଢ଼ଉ କରିଥିଲେ। ଚଢ଼ଉରେ ତୁଳସିପୁରର ବଳରାମ ସାହୁ ଓରଫ ବଳରାମ ଶୁଣ୍ଢି(୫୦) ଓ ହିତୁ ପ୍ରଧାନ ଓରଫ ଚକରା (୩୦), କଟକ ବାଙ୍ଗୀ ନାରଗଙ୍ଗର ସୁରେନ୍ଦ୍ର ଦଳାଇ ଓରଫ ଲାଲୁ (୩୮)ଙ୍କୁ ଧରିଥିଲେ।

ସେମାନଙ୍କ ନିକଟରୁ ୧୨ ଗ୍ରାମ ବ୍ରାଉନସୁଗାର, ଯାହାର ଆନୁମାନିକ ମୂଲ୍ୟ ୧ଲକ୍ଷ ୨୦ହଜାର ଟଙ୍କା, ନମ୍ବର ବିହୀନ ମୋଟର ସାଇକଲ, ବ୍ରାଉନସୁଗାର ବିକ୍ରି କରିବା ପାଇଁ ରଙ୍ଗୀନ କାଗଜ ଆଦି ଜବତ କରାଯାଇଥିଲା। ସେମାନଙ୍କ ବିରୋଧରେ ୧୦୩/୨୦୨୨ରେ ଏକ ମାମଲା ରୁଜୁ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe