୪ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ମହିଳା ଗିରଫ

Advertisment
୪ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ମହିଳା ଗିରଫ

Sambad

ଖୋର୍ଦ୍ଧା: ଖୋର୍ଦ୍ଧା ଭ୍ରାମ୍ୟମାଣ ଅବକାରୀ ଟିମ ପକ୍ଷରୁ ନିରାକାରପୁର ଅଞ୍ଚଳରେ ଶନିବାର ଚଢ଼ଉ କରାଯାଇ ୪ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରାଯାଇଥିବା ବେଳେ ଏହି ମାମଲାରେ ଜଣେ ମହିଳାଙ୍କୁ ଗିରଫ କରାଯାଇଛି। ଗୁଇନ୍ଦା ସୂତ୍ରରୁ ସୂଚନା ପାଇ ଶନିବାର ଭ୍ରାମ୍ୟମାଣ ଅବକାରୀ ଟିମ ନିରାକାରପୁର ନିକଟ ଭଗବତିପଡ଼ାରେ ଅଜୟ ଉଦୟସିଂହଙ୍କ ଘର ନିକଟ ରାସ୍ତାରେ ଚଢ଼ଉ କରିଥିଲେ। ଏଥିରେ ଅଜୟଙ୍କ ପତ୍ନୀ ରେଣୁ ଉଦୟସିଂହ (୪୮)ଙ୍କୁ ତନଖି କରିବା ସମୟରେ ତାଙ୍କ ନିକଟରୁ ୪୦ ଗ୍ରାମ ବ୍ରାଉନସୁଗାର ମିଳିଥିଲା।

ସେ ଏହି ବ୍ରାଉନସୁଗାର ବିକ୍ରି କରିବାକୁ ଗ୍ରାହକଙ୍କୁ ଅପେକ୍ଷାରେ ଥିଲେ। ଏନେଇ ୨୯/୨୦୨୩-୨୪ରେ ଏକ ମାମଲା ରୁଜୁ କରାଯିବା ସହ ଅତିରିକ୍ତ ଜିଲ୍ଲା ଜଜ୍‌ଙ୍କ କୋର୍ଟରେ ହାଜର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe