୩୦ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୪ ଗିରଫ

୩୦ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୪ ଗିରଫ

Sambad

ଖୋର୍ଦ୍ଧା: ଆଜି ମଙ୍ଗଳବାର ଖୋର୍ଦ୍ଧା ଟାଉନ ଥାନା ପୁଲିସର ଏକ ସ୍ବତନ୍ତ୍ର ଟିମ୍‌ ସାମନ୍ତରାପୁର ସ୍ବ​ପ୍ନେଶ୍ବରସାହିରେ ଜଣକ ଘରେ ଚଢ଼ଉ କରି ୩୦ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଛନ୍ତି। ଏହି ମାମଲାରେ ଘର ମାଲିକ ସହ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଆଜି ମଙ୍ଗଳବାର ଖୋର୍ଦ୍ଧା ଟାଉନ ଥାନାରେ ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁରେନ୍ଦ୍ର ନାଥ ମୁର୍ମୁ, ଥାନାର ଭାରପ୍ରାପ୍ତ ଅଧିକାରୀ ତାରିକ ଅହମ୍ମଦ ପ୍ରମୁଖ ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ୧୭ ତାରିଖ ସକାଳ ୧୦ଟା ବେଳେ ସ୍ବପ୍ନେଶ୍ବର ସାହିର ସାରଥୀ ନାୟକ (୩୨)ଙ୍କ ଘରେ ଏକ ବଡ଼ଧରଣର ବ୍ରାଉନସୁଗାର କାରବାର ହେଉଥିବା ନେଇ ସୂଚନା ମିଳିଥିଲା।

ଏହି ସୂଚନା ଆଧାରରେ ଏସ୍‌ପି ସିଦ୍ଧାର୍ଥ କଟ୍ଟାରିଆଙ୍କ ନିର୍ଦ୍ଦେଶରେ ଏକ ଟିମ୍‌ ଗଠନ କରାଯାଇ ଅପରାହ୍ନ ୨ଟା ବେଳେ ଚଢ଼ଉ କରାଯାଇଥିଲା। ଚଢ଼ଉରେ ସାରଥୀ ନାୟକ ସ​ହ ସ୍ବପ୍ନେଶ୍ବରସାହିର ଚିତ୍ତରଞ୍ଜନ ସାହୁ ଓରଫ ଚିତ୍ତ (୩୬), ଗଡ଼ଖୋର୍ଦ୍ଧା ପ୍ରଧାନସାହିର ଅନୀଲ କୁମାର ବିଶ୍ବାଳ (୧୯), ତରତୁଆର ସେକ୍‌ ତୈସିମ୍‌ ଓରଫ କୁନା ଓରଫ କୋନୋ (୩୩)କୁ ଗିରଫ କରାଯାଇଥିଲେ। ସେମାନଙ୍କ ନିକଟରୁ ୩୦୦ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୩୦ଲକ୍ଷ ଟଙ୍କା ହେବ। ଏନେଇ ଟାଉନଥାନାରେ ୪୪୮/୨୦୨୩ରେ ଏକ ମାମଲା ରୁଜୁ କରାଯାଇ ସମସ୍ତ ଚାରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe