୧୮ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ମହିଳା ଗିରଫ 

୧୮ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ମହିଳା ଗିରଫ 

Sambad

ଖୋର୍ଦ୍ଧା: ଆଜି ରାଜ୍ୟ ଅବକାରୀ ବିଭାଗର କଟକ ମୁଖ୍ୟାଳୟ ଫ୍ଲାଇଙ୍ଗ ସ୍କ୍ୱାଡକୁ ମିଳିଛି ଏକ ବଡ଼ ସଫଳତା। ଖୋର୍ଦ୍ଧା ସହର ଉପକଣ୍ଠ ସାମନ୍ତରାପୁର ବରୁଣେଇ ନଗରରୁ ୧୮ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିବା ସହ ଏହି ମାମଲାରେ ଜଣେ ମହିଳାଙ୍କୁ ଗିରଫ କରିଛି। ଏନେଇ ସୂଚନା ଦେଇ ଫ୍ଲାଇଙ୍ଗ  ସ୍କ୍ୱାଡ ଅଧୀକ୍ଷକ ଦେବାଶିଷ ପଟେଲ କହିଛନ୍ତି ଯେ ଗୁଇନ୍ଦା ସୂତ୍ରରୁ ସୂଚନା ପାଇ ଅବକାରୀ କମିଶନର ଆଶିଷ କୁମାର ସିଂହଙ୍କ ନିର୍ଦେଶକ୍ରମେ ସେ ନିଜେ ଏକ ଟିମର ନେତୃତ୍ୱ ନେଇ ଚଢ଼ଉ କରିଥିଲେ। ଏହି ଟିମରେ ଅବକାରୀ ଇନ୍ସପେକ୍ଟର ସରୋଜ କୁମାର ପରିଡ଼ା, ଉମାକାନ୍ତ ସ୍ୱାଇଁ, ସଚିନ ବେହେରା ଓ ଅନ୍ୟ ଅବକାରୀ କର୍ମଚାରୀ ଯୋଗ ଦେଇଥିଲେ।

publive-image Sambad

ଶ୍ରୀବତ୍ସ ପରମଗୁରୁଙ୍କ ପତ୍ନୀ ଅନୀତା ପରମଗୁରୁଙ୍କ ଘରୁ ୧୮୦ ଗ୍ରାମ୍ ବ୍ରାଉନ୍ ସୁଗାର ଯାହାର ଆନୁମାନିକ ମୂଲ୍ୟ ୧୮ ଲକ୍ଷ ଟଙ୍କା ହେବ ଜବତ କରାଯାଇଛି। କେବଳ ଏହାନୁହେଁ, ସାମନ୍ତରାପୁର ଠାରେ ଥିବା ତାଙ୍କର ପୁରୁଣା ଘରେ ବ୍ରାଉନସୁଗାର ଖାଇବା ପାଇଁ ପୋଡ଼ାଯାଇଥିବା ପେପର ଇତସ୍ତତଃ ପଡ଼ିଥିବା ଦେଖିବାକୁ ମିଳିଥିଲା। ଶ୍ରବତ୍ସ ପରମଗୁରୁ ପୂର୍ବରୁ ବ୍ରାଉନସୁଗାର ମାମଲାରେ ଗିରଫ ହୋଇଥିଲେ। ଏନେଇ ଏନଡ଼ିପିଏସର ଧାରା ୨୧ ଅନୁସାରେ ୨୫୫/୨୦୨୨ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe