The Conversation
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ବ୍ରାଉନସୁଗର ବେପାର କାୟା ବିସ୍ତାର କରିଥିବା ବେଳେ ନୂଆ ଏସ୍ପି ଅଖିଳେଶ୍ବର ସିଂହଙ୍କ ଟାର୍ଗେଟ୍ରେ ଏହି ବ୍ରାଉନ୍ସୁଗାର ବେପାରୀ। ଏଥିପାଇଁ ସବୁ ଥାନାକୁ ନିର୍ଦ୍ଦେଶ ପରେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ବିଗତ ୧୫ ଦିନ ମଧ୍ୟରେ ବ୍ରାଉନ୍ସୁଗାରରେ ଲିପ୍ତ ୨୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୧୫୨ ଗ୍ରାମ ବ୍ରାଉନ୍ସୁଗାର ଓ ୨୯ କେଜି ଗଞ୍ଜେଇ ଜବତ କରାଯାଇଛି। ବିଭିନ୍ନ ପାନ ଦୋକାନରେ ବ୍ରାଉନସୁଗାର ବିକ୍ରିର ପ୍ରମାଣ ମଧ୍ୟ ମିଳିଛି।
ଚଢ଼ାଉ ବେଳେ ନଗଦ ୧ ଲକ୍ଷ ୧୬ ହଜାର ଟଙ୍କା, ଗୋଟିଏ କାର୍, ୪ଟି ବାଇକ୍, ଗୋଟିଏ ଦେଶୀ ପିସ୍ତଲ ସହ ୫ ଜୀବନ୍ତ ଗୁଳି ଓ ମୋବାଇଲ ଫୋନ୍ ଜବତ କରାଯାଇଛି। ତେବେ ପୁଲିସ୍ ଏପର୍ଯ୍ୟନ୍ତ ବ୍ରାଉନ୍ସୁଗାର ଆସୁଥିବା କେନ୍ଦ୍ର ଓ ଏହାର ମାଷ୍ଟରମାଇଣ୍ଡ୍ ନିକଟରେ ପହଞ୍ଚି ପାରିନାହିଁ। ପାରାଦୀପ ଲକ୍ ପୁଲିସ ଥାନାରୁ ୧୩.୧୦ ଗ୍ରାମ୍ ବ୍ରାଉନସୁଗର, ୨୩ ହଜାର ଟଙ୍କା ଓ ଗୋଟିଏ ବାଇକ୍ ଜବତ କରାଯାଇଥିବା ବେଳେ ୨ ଜଣଙ୍କୁ ଗିରଫ କରାଯାଇଛି। ସେହିପରି ଜଗତସିଂହପୁର ଥାନା ଅଞ୍ଚଳରୁ ୪ ଜଣ, କୁଜଙ୍ଗ ଥାନା ଅଧୀନରୁ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କଠାରୁ କାର୍, ବନ୍ଧୁକ ଓ ଗୁଳି ଜବତ କରାଯାଇଛି।
Oneindiaତିର୍ତ୍ତୋଲ ଥାନାରୁ ୩ ଜଣ, ଏରସମାରୁ ଜଣେ, ପାରାଦୀପ ଆଦର୍ଶ ଥାନାରୁ ଜଣେ, ଅଭୟଚାନ୍ଦପୁର ଥାନା ଅଧୀନରୁ ୩ ଜଣ ଓ ବାଲିକୁଦାରୁ ୪ ଜଣଙ୍କୁ ଗିରଫ କରାଯାଇଛି। ଜଗତସିଂହପୁର ଥାନା ଅଧୀନରେ ଇନସପେକ୍ଟର ପ୍ରଭାସ ଚନ୍ଦ୍ର ସାହୁଙ୍କ ନେତୃତ୍ବରେ ଏହି ନିଶା କାରବାର ଉପରେ ରୋକ୍ ଲଗାଇବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉକୁ ଜୋରଦାର କରାଯାଇଥିବା ବେଳେ ୩ଟି ମାମଲା ରୁଜୁ କରାଯାଇ ୪ ଜଣଙ୍କୁ ଗିରଫ କରାଯାଇଛି। ଜିଲ୍ଲାରେ ଏସପି ଶ୍ରୀ ସିଂ ଯୋଗଦେବା ପରେ ତାଙ୍କୁ ମହଲରୁ ସ୍ବାଗତ ସମ୍ବର୍ଦ୍ଧନା ବେଳେ ବୁଦ୍ଧିଜୀବୀମାନେ ବ୍ରାଉନସୁଗାର କାରବାର ଉପରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଅନୁରୋଧ କରିଥିଲେ। ଏସ୍ପିଙ୍କ ଏପରି କଠୋର ଆଭିମୁଖ୍ୟ ଜାରି ରହିଲେ ଜଗତସିଂହପୁର ଜିଲ୍ଲାର ଗାଁ ଗାଁରେ କାୟା ବିସ୍ତାର କରିଥିବା ବ୍ରାଉନ୍ସୁଗାର ବେପାର ଠପ୍ ହେବା ନିଶ୍ଚିତ ବୋଲି ଆଲୋଚନା ହେଉଛି।
Follow Us