ଖୋର୍ଦ୍ଧାରେ ବଙ୍ଗାଳୀ ବ୍ରାଉନସୁଗାର ମାଫିଆ ସକ୍ରିୟ: ୪ବର୍ଷ ମଧ୍ୟରେ ବସ୍ତି ସଂଖ୍ୟା ୧୨ରୁ ୨୨କୁ ବୃଦ୍ଧି

ଚିହ୍ନଟ ହେଉ ନାହାନ୍ତି ବେଆଇନ ବାଂଲାଦେଶୀ ଓ ରୋହିଜ୍ଞା ଶରଣାର୍ଥୀ

ପଞ୍ଜାବକୁ ଟକ୍କର ଦେଉଛି ଓଡ଼ିଶା: ଗଳିକନ୍ଦିକୁ ମାଡ଼ି ଗଲାଣି ବ୍ରାଉନସୁଗାର

odisha-bytes

ଖୋର୍ଦ୍ଧା: ଖୋର୍ଦ୍ଧା ବ୍ରାଉନସୁଗାର କାରବାରର ପେଣ୍ଠ ପାଲଟିଛି। ପୁଲିସର ନିଷ୍କ୍ରିୟତା କାରଣରୁ ବର୍ତ୍ତମାନ ଏଠାରେ ରାଜ୍ୟ ବାହାରର ନିଶା ବେପାରୀ ଆସି ଆଡ୍‌ଡା ଜମାଇବାରେ ଲାଗିଛନ୍ତି। କେବଳ ଏହାନୁହେଁ ଖୋର୍ଦ୍ଧା ସହରରେ ବେଆଇନ ବାଂଲାଦେଶୀ ଓ ରୋହିଜ୍ଞା ଶରଣାର୍ଥୀଙ୍କ ସଂଖ୍ୟା ବସ୍ତି ଅଞ୍ଚଳରେ କ୍ରମାଗତ ଭାବେ ବୃଦ୍ଧି ପାଇବା ଦ୍ବାରା ଏଭଳି ସାଂଘାତିକ ନିଶା କାରବାରକୁ ବେଶ୍‌ ସୁହାଉଛି। ଖୋର୍ଦ୍ଧା ଟାଉନ ଥାନା ପୁଲିସ ପକ୍ଷରୁ ମିଳିଥିବା ସୂଚନାନୁସାରେ ୨୦୨୨ ଜାନୁଆରୀ ୧ ରୁ ଡିସେମ୍ବର ୩୧ ତାରିଖ ମଧ୍ୟରେ ଖୋର୍ଦ୍ଧା ଟାଉନ୍‌ ଥାନା ପୁଲିସ ପକ୍ଷରୁ ୧୪୨୨.୪୫ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିଲା। ଏନେଇ ୧୯ଟି ପୃଥକ ମାମଲାରେ ୫୭ ଜଣଙ୍କୁ ଗିରଫ କରାଯାଇଥିଲା। ଅପରପକ୍ଷରେ, ୨୦୨୩ ଜାନୁଆରୀ ୧ ତାରିଖ ଠାରୁ ଅଗଷ୍ଟ ୨୪ ତାରିଖ ମଧ୍ୟରେ ୧୬୨୦.୭ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଏନେଇ ୮ଟି ପୃଥକ ମାମଲାରେ ୨୧ଜଣଙ୍କୁ ଗିରଫ କରାଯାଇଛି। ଯଦି ୨୦୨୧ ଓ ୨୦୨୦ ବର୍ଷର ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳରେ ବ୍ରାଉନସୁଗାର ବିପକ୍ଷରେ ପୁଲିସର ପଦକ୍ଷେପ ସମ୍ପର୍କରେ ଅନୁଶୀଳନ କରାଗଲେ।

ବର୍ତ୍ତମାନ ଦୁଇ ବର୍ଷ ଧରି କରାଯାଉଥିବା ପୁଲିସର ଧରପଗଡ଼ ଠାରୁ ଢେର ଅଧିକ ଅଟେ। ପୁଲିସ ସକ୍ରିୟ ଭାବେ ଏକାଧିକ ବ୍ରାଉନସୁଗାର ବେପାରୀଙ୍କ ଉପରେ ସମ୍ପତ୍ତି ବ୍ୟାଜ୍ୟାପ୍ତ, ବେଆଇନ ନିର୍ମାଣ ଭାଙ୍ଗିବା ଆଦି ପଦକ୍ଷେପ ନେଇଥିବା ବେଳେ ବର୍ତ୍ତମାନ ପୁଲିସ କେବଳ ୧୦-୨୦ ଗ୍ରାମ ବ୍ରାଉନସୁଗାର ଧରି ନିଜ ଦାୟିତ୍ବ ଶେଷ କରି ଦେଉଛି। ଏହା ସହ, ଗତ ୨୦ ମାସର ସମସ୍ତ ବେଆଇନ ନିଶା କାରବାର ମାମଲାକୁ ଅନୁଧ୍ୟାନ କଲେ ଜଣାଯାଉଛି ଯେ, ବ୍ରାଉନସୁଗାର ମାମଲାରେ ଅଧିକାଂଶ ଅଭିଯୁକ୍ତଙ୍କୁ କମ୍‌ ପରିମାଣର ବ୍ରାଉନସୁଗାର ସହ ଗିରଫ କରାଯାଉଛି। ଫଳରେ ସେମାନେ କୋର୍ଟରୁ ସହଜରେ ଜାମିନ ପାଇ ପୁଣି ବେଧଡ଼କ ବ୍ୟବସାୟ କରୁଛନ୍ତି। ସେହିଭଳି ଖୋର୍ଦ୍ଧାର ବସ୍ତି ଓ ବସ୍ତିରେ କ୍ରମାଗତ ଭାବେ ବେଆଇନ ବାଂଲାଦେଶୀ ଓ ରୋହିଜ୍ଞା ଶରଣାର୍ଥୀଙ୍କ ସଂଖ୍ୟା ବୃଦ୍ଧି ମଧ୍ୟ ଏଭଳି ବେଆଇନ କାରବାରକୁ ବେଶ୍‌ ସୁହାଉଛି। କିଛି ମାସ ପୂର୍ବେ ଏକ ବାଂଲାଦେଶୀ ମିସ୍ତ୍ରୀ ଦ୍ବାରା ଖୋର୍ଦ୍ଧାର ବସ୍ତିରେ ରହୁଥିବା ଜନୈକ ହିନ୍ଦୁ ମହିଳା ଯୌନ ଉତ୍ପୀଡ଼ନର ଶିକାର ହୋଇଥିଲେ। ଗତକାଲି ପଶ୍ଚିମବଙ୍ଗର ଆସିଫ୍‌ ଖାଁନ ୩୧୦ ଗ୍ରାମ ବ୍ରାଉନସୁଗାର ସହ ଧରାପଡ଼ିବା ଘଟଣା ଏହି ଦିଗକୁ ବେଶ୍‌ ପ୍ରମାଣିତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe