କଦଳୀ କାନ୍ଦି ଭିତରେ ଧଳା ଜହର କାରବାର

Advertisment
କଦଳୀ କାନ୍ଦି ଭିତରେ ଧଳା ଜହର କାରବାର

କେନ୍ଦ୍ରାପଡା: କେନ୍ଦ୍ରାପଡା ରାଜନଗର ଅଞ୍ଚଳରେ ଧଳାଜହର କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଆଉ ଏହି ନିଶା କବଳରେ ଯୁବପୀଢି ଶିକାର ହୋଇ ବିଭିନ୍ନ ପ୍ରକାର ଅପରାଧିକ ଘଟଣାମାନ ଘଟାଇବାକୁ ପଛାଉ ନାହାନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି କଦଳୀ କାନ୍ଦି ଭିତରେ ଧଳା ଜହର କାରବାର ହେଉଥିବା ଘଟଣା ଏବେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

publive-image

ଯାଞ୍ଚ ରିପୋର୍ଟରୁ ଜଣାପଡ଼ିଛି, ରାଜନଗର ବଜାରରେ ସପ୍ତାହକୁ ଦୁଇଥର ହାଟ ବସିଥାଏ । ଆଉ ପ୍ରତି ସପ୍ତାହରେ କଦଳୀ କାନ୍ଦି ଭିତରେ ଏହି ବ୍ରାଉନ ସୁଗାର କଟକରୁ ରାଜନଗର ଆସିଥାଏ । ରାଜନଗର ଭଳି ଉପାନ୍ତ ଅଞ୍ଚଳରେ ଏହି ଧଳାଜହର କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଆଉ ଧଳାଜହର ନିଶା କବଳରେ ଉପାନ୍ତ ଅଞ୍ଚଳର ପିଲା ପଡିଯାଉଛନ୍ତି।

ସ୍ଥାନୀୟ ଅଞ୍ଚଳରେ ଏହି କାରବାର ଚାଲୁଥିଲେ ବି ପୁଲିସକୁ କିଭଳି ଏହାର ସୁରଗ ମିଳୁ ନାହିଁ ତାହା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe