୫୨୨ ଗ୍ରାମ୍‌ ବ୍ରାଉନ୍‌ସୁଗାର ସହ କାର୍‌-ବାଇକ୍‌ ଜବତ, ୨ ଅଭିଯୁକ୍ତ ଗିରଫ

୫୨୨ ଗ୍ରାମ୍‌ ବ୍ରାଉନ୍‌ସୁଗାର ସହ କାର୍‌-ବାଇକ୍‌ ଜବତ, ୨ ଅଭିଯୁକ୍ତ ଗିରଫ

ପୁରୀ: ପବିତ୍ର ଶ୍ରୀକ୍ଷେତ୍ରରେ ନିଶା କାରବାର ବୃଦ୍ଧି ପାଉଛି। ମଦ, ଗଂଜେଇ ଓ ବ୍ରାଉନ୍‌ସୁଗାର କାରବାର ବଢ଼ି ଚାଲିଛି। ଆଜି ସ୍ଥାନୀୟ ସମୁଦ୍ର କୂଳ ଥାନା ପୁଲିସ ବ୍ରାଉନ୍‌ସୁଗାର କାରବାରର ବଡ଼ ପର୍ଦ୍ଦାଫାସ କରିଛି। ପୁଲିସ ୫୨୨ ଗ୍ରାମ୍‌ର ବ୍ରାଉନ୍‌ସୁଗାର ସହ ଗୋଟିଏ କାର୍‌, ୨ଟି ବାଇକ୍‌  ଓ ୨ଟି ମୋବାଇଲ୍‌ ଜବତ କରିଛି। ଏଥି ସହିତ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବବୁଲ ଓରଫ ଦେବାଶିଷ ଦାସ (୨୩) ଓ ଶୁଭମ୍‌ ପଟ୍ଟନାୟକ (୨୪)। ଉଭୟଙ୍କର ଘର ଖୋର୍ଦ୍ଧା ଜିଲ୍ଲାରେ।

ପୁଲିସ କହିଛି ତାଲବଣିଆ ଅଞ୍ଚଳରେ ବ୍ରାଉନ୍‌ସୁଗାର କାରବାର ନେଇ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ଆଜି ଭୋର ସକାଳୁ ସୂଚନା ମିଳିଥିଲା ଯେ, ଦୁଇ ଜଣ ଯୁବକ ବ୍ରାଉନ୍‌ସୁଗାର ନେଇ ଗୋଟିଏ ବାଇକ୍‌ରେ ପୁରି ଆସୁଛନ୍ତି। ସେମାନେ ତାଳବଣିଆ ହେଲିପ୍ୟାଡରେ ଜଣେ ସ୍ଥାନୀୟ ଲୋକଙ୍କୁ ବ୍ରାଉନ୍‌ସୁଗାର ବିକିବେ। ସେହି ହିସାବରେ ପୁଲିସ ଟିମ୍‌ ଯୋଜନା ପ୍ରସ୍ତୁତ କରିଥିଲା। କାରବାର ସମୟରେ ପୁଲିସ ଅତର୍କିତ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ପୁଲି ଖୋର୍ଦ୍ଧା ଜିଲ୍ଲା ସଦର ଥାନା ଅଧିନ ଗୁରୁଜଙ୍ଗ ଗାଁର ପ୍ରମୋଦ କୁମାର ଦାସଙ୍କ ପୁଅ ଦେବାଶିଷ ଓ ସାଗୁଆନ ବଗିଚାର ସୁଶାନ୍ତ ପଟ୍ଟନାୟକଙ୍କ ପୁଅ ଶୁଭମ ପଟ୍ଟନାୟକଙ୍କୁ ଗିରଫ କରିଥିଲା। ସେମାନଙ୍କ ଠାରୁ ପୁଲିସ ୫୨୨ ଗ୍ରାମ୍‌ ବ୍ରାଉନ୍‌ସୁଗାର, ଗୋଟିଏ କେଟିଏମ୍‌ ବାଇକ୍‌ (ଓଡି ୧୩ ଏଲ୍‌ ୯୭୨୧), ଗୋଟିଏ ହୋଣ୍ଡା ଆକ୍ଟିଭା (ଓଡି ୦୨ ଏଜି ୬୩୯୯), ୨ଟି ମୋବାଇଲ୍‌ ଫୋନ୍‌ ଜବତ କରିଥିଲା। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe