୧୬ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ

Advertisment
୧୬ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ

ରାଉରକେଲା: ସ୍ଥାନୀୟ ଉଦିତନଗର ପୁଲିସ ଆଜି ଭୋର୍‌ରୁ ୧୬ .୭୫ ଗ୍ରାମ୍‌ର ବ୍ରାଉନ୍‌ସୁଗାର ଜବତ କରିବା ସହିତ ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା ବାବୁ ସିଂହ (୫୦)।

ସୂଚନା ଅନୁସାରେ ଉଦିତନଗର ପୁଲିସ ପାଟ୍ରୋଲିଂ କରୁଥିଲା ବେଳେ ବେର୍ଜାପାଲି ଅଞ୍ଚଳରେ ଏକ ରୁପେଲି ରଂଗର କାର(ଓଡି ୧୪ ଏବି ୧୨୩୯) ମାଧ୍ୟମରେ ବ୍ରାଉନସୁଗାର ଚାଲାଣ କରାଯାଉଥିବା ନେଇ ସନ୍ଦେହ କରିଥିଲା। ପୁଲିସ କାରକୁ ଅଟକାଇ ଯାଞ୍ଚ କରିବାରୁ ସେଥିରୁ ୧୬.୭୫୦ ଗ୍ରାମ୍‌ ବ୍ରାଉନ୍‌ସୁଗାର ମିଳିଥିଲା। ଜବତ ବ୍ରାଉନ୍‌ସୁଗାରର ମୂଲ୍ୟ ୧୬ ଲକ୍ଷ ୭୫ ହଜାର ଟଙ୍କା ହେବ। ପୁଲିସ ବ୍ରାଉନ୍‌ସୁଗାର ଚାଲାଣ ଅଭିଯୋଗରେ ବାବୁ ସିଂହ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଅଭିଯୁକ୍ତକୁ କୋର୍ଟ ଚାଲାଣ କରି ଏକ ମାମଲା ରୁଜୁ କରିଛି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe