ଖୋର୍ଦ୍ଧା: ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ଆଜି ଚଢ଼ଉ କରାଯାଇ ଖୋର୍ଦ୍ଧା ପୌର ପରିଷଦ ଅଂଚଳରୁ ୫ଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ ବ୍ରାଉନ୍ସୁଗାର ଜବତ କରାଯିବା ସହ ଏହି ମାମଲାରେ ଜଣକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଗୁଇନ୍ଦା ସୂତ୍ରରୁ ସୂଚନା ପାଇ ଆଜି ଅବକାରୀ ବିଭାଗର ଏକ ଟିମ୍ ଖୋର୍ଦ୍ଧା ସହରର ପ୍ରବେଶ ପଥ ବାଟମଙ୍ଗଳ ସଡ଼କଠାରେ ଚଢ଼ାଉ କରିଥିଲା । ଏଥିରେ ଖୋର୍ଦ୍ଧା ପଲ୍ଲାହାଟର ଦିବାକର ପାଲଟସିଂହ (୨୦)କୁ କାବୁ କରାଯିବା ସହ ତା' ନିକଟରୁ ୫୨ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିଲା ।
ସେ ଏହି ବ୍ରାଉନ୍ସୁଗାର ବିକ୍ରି କରିବାକୁ ପୂର୍ବରୁ ଗ୍ରାହକଙ୍କ ସହ ଯୋଗାଯୋଗ କରି ଅପେକ୍ଷା କରିଥିଲା । ଦିବାକରର ଘର ପୁରୀ ଗଡ଼ିଶାଗଦା ଥାନା ଅନ୍ତର୍ଗତ ଅଡାଲ ଅଟେ । ଆଗରୁ ଅଳ୍ପ କିଛି ପରିମାଣର ବ୍ୟବସାୟ କରୁଥିଲା, କିନ୍ତୁ ଏକାଥରକେ ଅଧିକ ଆୟ କରିବା ଆଶାରେ ଏତେ ପରିମାଣର ବ୍ରାଉନସୁଗାର ଆଣିଥିଲା ବୋଲି ପଚରାଉଚୁରାରେ କହିଛି । ଏନେଇ ଅବକାରୀ ବିଭାଗ ପକ୍ଷରୁ ୧/୨୦୨୩ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ ସୂଚନା ଦେଇଛନ୍ତି ।
Follow Us