ଚାଲାଣ ପୂର୍ବରୁ ୧ କିଲୋ ବ୍ରାଉନ୍‌ସୁଗାର ଜବତ, ଯୁବକ ଗିରଫ

ଚାଲାଣ ପୂର୍ବରୁ ୧ କିଲୋ ବ୍ରାଉନ୍‌ସୁଗାର ଜବତ, ଯୁବକ ଗିରଫ

ନିମାପଡ଼ା: ଧଳାଜହର ବିକି ଏକାଥରକେ ଲକ୍ଷପତି ହେବାର ସ୍ବପ୍ନ ଭାଙ୍ଗି ଚୁରମାର ହୋଇ ଯାଇଛି। ଏକ କିଲୋ ୮୦ ଗ୍ରାମ୍‌ ବ୍ରାଉନ୍‌ସୁଗାର ବିକିବା ପାଇଁ ଯୋଜନା କରୁଥିବା ଜଣେ ଅଭିଯୁକ୍ତ ସ୍ପେଶାଲ ଟାକ୍ସ ଫୋର୍ସ (ଏସ୍‌ଟିଏଫ୍‌) ହାତରେ ଧରାପଡ଼ିଛି। ପୁରୀ ଜିଲ୍ଲା ନିମାପଡ଼ାସ୍ଥିତ ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ନିକଟରୁ ଏସ୍‌ଟିଏଫ ଜଣେ ଅଭିଯୁକ୍ତକୁ କାବୁ କରିଛି। ଅଭିଯୁକ୍ତର ନାମ ହେଲା ସୁଜିତ କୁମାର ମହାନ୍ତି।

ସୂଚନା ଅନୁସାରେ ବ୍ରାଉନସୁଗାର ବେପାରୀ ସୁଜିତ କୁମାର ମହାନ୍ତି ଆଜି ଅପରାହ୍‌ଣ ସମୟରେ ୧ କିଲୋ ୮୦ ଗ୍ରାମ୍‌ ବ୍ରାଉନ୍‌ସୁଗାର ଚାଲାଣ କରିବା ପାଇଁ ଯୋଜନା କରିଥିଲା। ଏଥି ପାଇଁ ସେ ସ୍ଥାନୀୟ ଏକ ପେଟ୍ରୋଲ ପମ୍ପ ନିକଟରେ ଗ୍ରାହକଙ୍କୁ ଅପେକ୍ଷା କରିଥିଲା। କିନ୍ତୁ ଏହା ପୂର୍ବରୁ ଏସ୍‌ଟିଏଫ୍‌କୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳି ସାରିଥିଲା। ପୁଲିସ ଟିମ୍‌ ବିଳମ୍ବ ନକରି ଘଟଣାସ୍ଥଳରେ ଅତର୍କିତ ଚଢ଼ଉ କରିଥିଲେ। ପୁଲିସ ଟିମ୍‌କୁ ଦେଖି ସୁଜିତ ଖସିବାକୁ ଉଦ୍ୟମ କରି ଥିଲେ ବି ସେଠାରୁ ପଳାୟନ କରିପାରି ନଥିଲା। ଏସ୍‌ଟିଏଫ୍‌ ସୁଜିତ ଠାରୁ ୧ କିଲୋ ୮୦ ଗ୍ରାମ୍‌ ଓଜନର ବ୍ରାଉନ୍‌ସୁଗାର ଜବତ କରିଛି। ଏକ ମାମଲା ରୁଜୁ ସହ ଅଭିଯୁକ୍ତକୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe