୨୧ଗ୍ରାମ ବ୍ରାଉନସୁଗାର ଜବତ: ମହିଳା ବେପାରି ସହ ଦୁଇ ଗିରଫ, ଜଣେ ଫେରାର

Advertisment
୨୧ଗ୍ରାମ ବ୍ରାଉନସୁଗାର ଜବତ: ମହିଳା ବେପାରି ସହ ଦୁଇ ଗିରଫ, ଜଣେ ଫେରାର

ବାଲେଶ୍ବର: ଆଜି ପୂର୍ବାହ୍ନରେ ପାଟ୍ରୋଲିଂ ସମୟରେ ସ୍ଥାନୀୟ ଅର୍ଡର ବଜାରରୁ ସହଦେବଖୁଣ୍ଟା ମଡେଲ ଥାନା ପୁଲିସ ଜଣେ ମହିଳାଙ୍କ ସହ ୨ ଜଣ ଯୁବକଙ୍କୁ ଧରିଥିଲେ। ସେମାନଙ୍କ ଠାରୁ ୨୧ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଅର୍ଡର ବଜାର ଅଞ୍ଚଳର ରିଣ୍ଟୁ ତରାଇ ଓ ଆଶୁ ବିବି(୨୭)।

ସହଦେବଖୁଣ୍ଟା ପୁଲିସର ଏକ ଟିମ ଆନନ୍ଦ ବଜାର ନିକଟରେ ଆଜି ପୂର୍ବାହ୍ନରେ ପାଟ୍ରୋଲିଂ କରୁଥିବା ବେଳେ ଖବର ପାଇ ଅର୍ଡରବଜାର ଆଶୁ ବିବି ଘର ନିକଟରେ ପହଞ୍ଚିବା କ୍ଷଣି ସେ ସେଠାରୁ ଖସିଯିବାକୁ ଉଦ୍ୟମ କରିଥିଲା। ତେବେ ପୁଲିସ ତାଙ୍କୁ ଧରିବା ପରେ ସେ ରିଣ୍ଟୁ ତରେଇ ଓ କୋକିଳ ପାଇଁ କାମ କରୁଥିବା ମାନିଥିଲା। ଏହାପରେ ରିଙ୍କୁକୁ ଅର୍ଡର ବଜାର ଅଞ୍ଚଳରୁ ପୁଲିସ ଗିରଫ କରିବାରେ ସଫଳ ହୋଇଥିବା ବେଳେ କୋକିଳ ସେଠାରୁ ଚମ୍ପଟ ମାରିଥିଲା। ସହଦେବଖୁଣ୍ଟା ପୁଲିସ ଏନେଇ ୨୪୭ ନମ୍ବରରେ ଏକ ମାମଲା ରୁଜୁ କରି ସେମାନଙ୍କୁ କୋର୍ଟଚାଲାଣ କରିଥିବା ଜଣାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe