୨ ଲକ୍ଷ ୬୦ ହଜାର ଟଙ୍କାର ବ୍ରାଉନସୁଗାର ଜବତ, ପୁଣି ଜଣେ ମହିଳା ଗିରଫ

୨ ଲକ୍ଷ ୬୦ ହଜାର ଟଙ୍କାର ବ୍ରାଉନସୁଗାର ଜବତ, ପୁଣି ଜଣେ ମହିଳା ଗିରଫ

ପୁରୀ: ବଳିଆପଣ୍ଡା ଥାନା ଅନ୍ତର୍ଗତ ବିନାୟକ ବସ୍ତିରୁ ଅବକାରୀ ବିଭାଗ ଶୁକ୍ରବାର ପୂର୍ବାହ୍‌ଣରେ ୨୬ ଗ୍ରାମ ବ୍ରାଉନ୍‌ସୁଗାର ଜବତ କରିଛି। ଜବତ ବ୍ରାଉନ୍‌ସୁଗାରର ମୂଲ୍ୟ ୨ ଲକ୍ଷ ୬୦ ହଜାର ଟଙ୍କା ବୋଲି କୁହାଯାଉଛି। ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଅବକାରୀ ବିଭାଗର ଅଧିକାରୀମାନେ ବିନାୟକ ବସ୍ତିରେ ଅତର୍କିତ ଭାବେ ଚଢ଼ାଉ କରିଥିଲେ। ବ୍ରାଉନ୍‌ସୁଗାର ବିକ୍ରି କରିବା ଅଭିଯୋଗରେ ଅବକାରୀ ବିଭାଗ ଖୁକୁ ମଣ୍ଡଳ ନାମ୍ନୀ ଜଣେ ମହିଳାକୁ ଗିରଫ କରିଛି।

ଦିନକୁ ଦିନ ଶ୍ରୀକ୍ଷେତ୍ର ପୁରୀ ନିଶା କାରବାରର ପେଣ୍ଠସ୍ଥଳୀ ହେବାକୁ ଯାଉଛି। ଆଉ ବ୍ରାଉନ୍‌ସୁଗାର ବେପାରରେ ମହିଳାମାନଙ୍କ ସଂପୃକ୍ତି ରହୁଛି। ପୂର୍ବରୁ ଏଠାରେ ବେଆଇନ ଗଞ୍ଜେଇ ବିକ୍ରି ହେଉଥିବା ବେଳେ ଆଜିକାଲି ବ୍ରାଉନ୍‌ସୁଗାର ବେପାର ଦେଖିବାକୁ ମିଳୁଛି। କିଛି ଦିନ ତଳେ ବାସେଳିସାହି ଥାନା ପୁଲିସ ଗୋଖାସାହି ଓ ନରେନ୍ଦ୍ର କୋଣ ନିକଟ ମଙ୍ଗଳାସାହିରୁ ବ୍ରାଉନସୁଗାର ଜବତ କରି ୨ ଜଣ ମହିଳାଙ୍କୁ ଗିରଫ କରିଥିଲା ପୁରୀକୁ ଅନ୍ୟତ୍ରସ୍ଥାନରୁ ବ୍ରାଉନସୁଗାର ଚାଲାଣ ହେଉଛି। କିଛି ଦିନ ପୂର୍ବରୁ ୨ ଜଣ ବ୍ରାଉନସୁଗାର ଧରାପଡ଼ିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe