୩୫ଗ୍ରାମ୍‌ ବ୍ରାଉନ୍‌ସୁଗାର ସହ ବାଇକ୍‌ ଜବତ, ୨ ଯୁବକ ଗିରଫ

Advertisment
୩୫ଗ୍ରାମ୍‌ ବ୍ରାଉନ୍‌ସୁଗାର ସହ ବାଇକ୍‌ ଜବତ, ୨ ଯୁବକ ଗିରଫ

ଭଦ୍ରକ: ଅବକାରୀ ଅଧୀକ୍ଷକ ନରୋତ୍ତମ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ, ଅବକାରୀ ନିରୀକ୍ଷକ ସୁଶ୍ରୀ ସଂଗୀତା ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ଅବକାରୀ ବିଭାଗ ଭ୍ରାମ୍ୟମାଣ ୟୁନିଟ୍ ପକ୍ଷରୁ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଭଦ୍ରକ ସହରାଞ୍ଚଳ ଥାନା ଅନ୍ତର୍ଗତ ନରିପୁର ନିକଟସ୍ଥ ବଙ୍କ ସ୍କୁଲ ପାଖରେ ପାଟ୍ରୋଲିଂ କରୁଥିବା ସମୟରେ ଏକ ବାଇକ୍‌ (ଓଡି-୨୨ଏଫ୍-୫୮୧୪)ରୁ ୩୫ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ଏହି ଘଟଣାରେ ୨ ଜଣ ଯୁବକ ଗିରଫ ହୋଇଛନ୍ତି। ସେମାନେ ହେଲେ ଶକ୍ତିଧର ଦାସ ଓ ପ୍ରଶାନ୍ତ ଦାସ

ଜବତ ବ୍ରାଉନସୁଗାର ର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି। ଉକ୍ତ ଚଢ଼ାଉରେ ଏସ୍‌.ଆଇ ରବି ବେହେରା, ଏ.ଏସ୍‌.ଆଇ ରଶ୍ମିରେଖା ଜେନା, କନେଷ୍ଟବଳ ମିଥୁନ ଜେନା, ସୁବାସିସ୍ ରାଉତ୍, ଅଜୟ କୁମାର ଦାସ, ବିଭୂପ୍ରସାଦ ମଲ୍ଲିକ ସାମିଲ ଥିଲେ। ଏନେଇ ଜିଲ୍ଲା ଅବକାରୀ ବିଭାଗ ଭ୍ରାମ୍ୟମାଣ ୟୁନିଟ୍ ପକ୍ଷରୁ ଏକ ମାମଲା ରୁଜ୍ଜୁ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe