ନୀଳଗିରିରୁ ୨୪ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ; ବାପା ଗିରଫ, ପୁଅ ଫେରାର୍‌

Advertisment
ନୀଳଗିରିରୁ ୨୪ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ; ବାପା ଗିରଫ, ପୁଅ ଫେରାର୍‌

ନୀଳଗିରି: ବାଲେଶ୍ବର ଜିଲ୍ଲା ନୀଳଗିରିକୁ ଲମ୍ବିଛି ବ୍ରାଉନ୍‌ସୁଗାର କାରବାରର ଚେର। ୩ ଦିନ ତଳେ ସ୍ଥାନୀୟ ଅଞ୍ଚଳରୁ ଲକ୍ଷାଧିକ ଟଙ୍କାର ବ୍ରାଉନ୍‌ସୁଗାର ଜବତ ହେବା ସହ ଜଣେ ମହିଳାଙ୍କୁ ଗିରଫ କରାଯାଇଥିଲା। ସେହିପରି ଆଜି ପୁଣି ଲକ୍ଷାଧିକ ଟଙ୍କାର ବ୍ରାଉନ୍‌ସୁଗାର ଜବତ ହେବା ସହ ଜଣେ ପୁରୁଷ ଗିରଫ ହୋଇଛନ୍ତି।

ନୀଳଗିରି ଉପଖଣ୍ଡ ଅଧୀନ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଜୁକଗଡ଼ିଆ ଗ୍ରାମର ପର୍ଶୁରାମ ପାଣିଗ୍ରାହୀ ଓ ତାଙ୍କ ପୁଅ ଜଗଦୀଶ ବ୍ରାଉନ୍‌ସୁଗାର ବ୍ୟବସାୟ କରୁଥିବା ନେଇ ନୀଳଗିରି ଅବକାରୀ ବିଭାଗ ଏବଂ ବାଲେଶ୍ବର ଅବକାରୀ ମୋବାଇଲ୍‌ ସ୍କ୍ବାଡ୍‌ ପାଖରେ ବିଶ୍ବସ୍ତ ସୂତ୍ରରୁ ଖବର ଥିଲା। ଏପରି ସମୟରେ ପର୍ଶୁରାମଙ୍କ ଘରେ ଆଜି ଚଢ଼ାଉ କରାଯାଇଥିଲା। ଏହି ସମୟରେ ୨୪୨ ଗ୍ରାମ୍‌ ଓଜନର ବ୍ରାଉନ୍‌ସୁଗାର ଜବତ ହୋଇଥିଲା। ଫଳରେ ପର୍ଶୁରାମଙ୍କୁ ଗିରଫ କରାଯାଇଛି। ତେବେ ଚଢ଼ାଉ ଖବର ପାଇ ପର୍ଶୁରାମଙ୍କ ପୁଅ ଜଗଦୀଶ ସନ୍ତରାଗଡ଼ିଆସ୍ଥିତ ନିଜ ଦୋକାନରୁ ଚମ୍ପଟ ମାରିଛନ୍ତି। ଜବତ କରାଯାଇଥିବା ବ୍ରାଉନ୍‌ସୁଗାରର ମୂଲ୍ୟ ଆନୁମାନିକ ୨୪ ଲକ୍ଷ ୪୨ ହଜାର ଟଙ୍କା ହେବ ବୋଲି କୁହାଯାଇଛି।

ସୂଚନା ଥାଉକି ନୀଳଗିରି ଥାନା ଅଲଡ଼‌ଙ୍ଗ ଗ୍ରାମରୁ ଗତ ୨୧ ତାରିଖ ଦିନ ଅବକାରୀ ବିଭାଗ ଟିମ୍‌ ୧୩୫ ଗ୍ରାମ୍‌ ଓଜନର ବ୍ରାଉନ୍‌ସୁଗାର ଜବତ କରିଥିଲା। ଏହି ଘଟଣାରେ ଜଣେ ମହିଳାଙ୍କୁ ଗିରଫ କରାଯାଇଥିଲା। ମହିଳା ନିଶା ବେପାରୀ ଜଣକ ନରେନ୍ଦ୍ର ସାମଲର ପତ୍ନୀ ଭଗବତୀ ସାମଲ (୪୨) ବୋଲି ଜଣାପଡ଼ିଥିଲା।
ତେବେ ନୀଳଗିରି ଅଞ୍ଚଳକୁ ବ୍ରାଉନ୍‌ସୁଗାର କେଉଁଠୁ ଆସୁଛି, ସେନେଇ ବୁଦ୍ଧିଜୀବୀ ମହଲରେ ଚିନ୍ତା ପ୍ରକାଶ ପାଇଛି। ଏହା ସହିତ ପୁଲିସର ନିସ୍କ୍ରିୟତାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି। ତେଣୁ ଏପରି ସମୟରେ ନୀଳଗିରି ଅଞ୍ଚଳରେ ସକ୍ରିୟ ଥିବା ନିଶା ବ୍ୟବସାୟୀଙ୍କୁ ଧରିବା ପାଇଁ ବିଭିନ୍ନ ମହଲରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe