ପଦ୍ମ ଧରିବେ ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ, ନବଙ୍କ ବିରୋଧରେ ଲଢ଼ିବେ ନିର୍ବାଚନ!

ପଦ୍ମ ଧରିବେ ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ, ନବଙ୍କ ବିରୋଧରେ ଲଢ଼ିବେ ନିର୍ବାଚନ!

Odisha Bytes

ଝାରସୁଗୁଡ଼ା: ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ଶନିବାର ବିଜେଡି ଛାଡ଼ିଛନ୍ତି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସେ ରବିବାର ଭାରତୀୟ ଜନତା ପାର୍ଟିରେ ଯୋଗଦେଇ ପାରନ୍ତି। ସେ ନିଜର ଇସ୍ତଫା ପତ୍ରକୁ ଦଳୀୟ ସୁପ୍ରିମୋଙ୍କୁ ପଠାଇଛନ୍ତି। ଝାରସୁଗୁଡ଼ା ଜିଲ୍ଲାର ଲଇକେରା ବିଧାୟକ ବୃନ୍ଦାବନ ଆଗାମୀ ବିଧାନସଭା ନିର୍ବାଚନରେ ଝାରସୁଗୁଡ଼ା ଆସନରୁ ବିଜେପି ଟିକେଟରେ ବିଜେଡିର ଆଶାୟୀ ପ୍ରାର୍ଥୀ ନବ ଦାସଙ୍କ ବିରୋଧରେ ଲଢ଼ିବେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣା ପଡ଼ିଛି।

ବୃନ୍ଦାବନ ୨୦୦୪ ବିଧାନସଭା ନିର୍ବାଚନରେ ବିଧାୟକ ହୋଇଥିଲେ। ଏହି ଆସନରେ କଂଗ୍ରେସ ମହେନ୍ଦ୍ର ନାୟକଙ୍କୁ ଟିକେଟ ଦେଇଛି। ସେହିପରି ବିଜେଡିରୁ ନବ ଦାସଙ୍କୁ ଟିକେଟ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe