ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ପିଟିପିଟି ହତ୍ୟା

Advertisment

ନିଜ ଅପରାଧ ସାମ୍ରାଜ୍ୟ ବିସ୍ତାର କରି ଦୀର୍ଘ ୧୫ ବର୍ଷ ହେଲା ପୁଲିସ ସହ ଲୁଚକାଳି ଖେଳୁଥିବା ଦୁର୍ଦ୍ଦାନ୍ତ ଅପରାଧି ଅନନ୍ତ ପଟ୍ଟନାୟକଙ୍କୁ କିଛି ଯୁବକ ବିଚ୍‌ ରାସ୍ତାରେ ଅତି ନିର୍ମମଭାବେ ପିଟିପିଟି ମାରି ଦେଇଛନ୍ତି। ଗତରାତିରେ ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନାରେ ଏହି ଘଟଣା ଘଟିଛି...

Updated On

ନିଜ ଅପରାଧ ସାମ୍ରାଜ୍ୟ ବିସ୍ତାର କରି ଦୀର୍ଘ ୧୫ ବର୍ଷ ହେଲା ପୁଲିସ ସହ ଲୁଚକାଳି ଖେଳୁଥିବା ଦୁର୍ଦ୍ଦାନ୍ତ ଅପରାଧି ଅନନ୍ତ ପଟ୍ଟନାୟକଙ୍କୁ କିଛି ଯୁବକ ବିଚ୍‌ ରାସ୍ତାରେ ଅତି ନିର୍ମମଭାବେ ପିଟିପିଟି ମାରି ଦେଇଛନ୍ତି। ଗତରାତିରେ ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନାରେ ଏହି ଘଟଣା ଘଟିଛି...

ଅଦ୍ୟତନ ହୋଇଛି
2amznxpa

ଗଞ୍ଜାମ: ନିଜ ଅପରାଧ ସାମ୍ରାଜ୍ୟ ବିସ୍ତାର କରି ଦୀର୍ଘ ୧୫ ବର୍ଷ ହେଲା ପୁଲିସ ସହ ଲୁଚକାଳି ଖେଳୁଥିବା ଦୁର୍ଦ୍ଦାନ୍ତ ଅପରାଧି ଅନନ୍ତ ପଟ୍ଟନାୟକଙ୍କୁ କିଛି ଯୁବକ ବିଚ୍‌ ରାସ୍ତାରେ ଅତି ନିର୍ମମଭାବେ ପିଟିପିଟି ମାରି ଦେଇଛନ୍ତି। ଗତରାତିରେ ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନାରେ ଏହି ଘଟଣା ଘଟିଛି।

ଅନନ୍ତଙ୍କ ନାମରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନାରେ ୨୫ରୁ ଉର୍ଦ୍ଧ ଅପରାଧିକ ମାମଲା ରହିଛି । ଏଥିସହ ଜିଲ୍ଲାର ୧୦ଟି ଥାନା ତାଙ୍କୁ ଖୋଜିବାରେ ବିଫଳ ହୋଇଥିଲା। ପୁଲିସ୍‌କୁ ଚକମା ଦେଇ ରାତିର ଅନ୍ଧକାରରେ ସେ ନିଜ କ୍ରାଇମ ନେଟୱାର୍କ ଚଳାଉଥିଲେ। 

ଅନନ୍ତଙ୍କ ଘର ଆସିକା କୋଟିନଡା ଥାନା ଅନ୍ତର୍ଗତ କଲେଜ ଛକ ନିକଟରେ ବୋଲି ଜଣାଯାଇଛି। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତମାନେ ଫେରାର ହୋଇ ଯାଇଛନ୍ତି।

ଅନନ୍ତଙ୍କ ସମେତ ୩ ଜଣ ଗତରାତିରେ ଏକ ବାଇକ୍‌ ଯୋଗେ ଯାଉଥିବା ବେଳେ ପଛରୁ ଏକ ବୋଲେରୋରେ କିଛି ଯୁବକ ତାଙ୍କ ପିଛା କରିଥିଲେ। କିଛି ସମୟ ପରେ ବୋଲୋରୋଟି ବାଇକ୍‌ ଆଗରେ ଛିଡ଼ା ହୋଇଥିଲା। ବାଇକ୍‌ଟି ରହିଯିବାରୁ ବୋଲେରୋରୁ କିଛି ଯୁବକ ଓହ୍ଲାଇ ଅନନ୍ତଙ୍କୁ ରାସ୍ତାକୁ ଟାଣି ଆଣି ପ୍ରବଳ ମାଡ଼ ମାରିଥିଲେ।

ମାଡରେ ଅନନ୍ତ ପିନ୍ଧିଥିବା ହେଲମେଟ ଭାଙ୍ଗି ଯାଇଥିଲା। ତାଙ୍କ ମୁଣ୍ଡ ସମେତ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିବା ସହ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଆଉ ଘଟଣାସ୍ଥଳରେ ହିଁ ଛଟପଟ ହୋଇ ଅନନ୍ତଙ୍କ ମୃତ୍ୟୁ ଘଟିଥିଲା।

ଅଧିକ ପଢ଼ନ୍ତୁ: ରାସ୍ତାକଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର; ହତ୍ୟା ସନ୍ଦେହ

ଏହା ଦେଖି ଅନନ୍ତଙ୍କ ସହ ବାଇକ୍‌ରେ ଥିବା ଦୁଇ ଜଣ ନିଜ ପ୍ରାଣ ବଞ୍ଚାଇବା ପାଇଁ ଘଟଣାସ୍ଥଳରୁ ଦୌଡ଼ି ପଳାଇ ଯାଇ ପୁଲିସକୁ ଖବର ଦେଇଥିଲେ।

ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ସେରଗଡ଼ ମେଡିକାଲକୁ ପଠାଇଥିଲା। ଏଥିସହ ଅନନ୍ତଙ୍କ ଘର ଲୋକଙ୍କୁ ଖବର ଦେଇଥିଲା। ପୁଲିସ ଅନନ୍ତ ସହ ଥିବା ଦୁଇ ଜଣକୁ ଅଟକ ରଖି ଘଟଣା ବିଷୟରେ ଅଧିକ ତଦନ୍ତ ଜାରି ରଖିଛି। 

ଅଧିକ ପଢ଼ନ୍ତୁ: ମାଲକାନଗିରିରେ ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ: ଜଣେ ଯବାନ ଆହତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe