ବିଏସଏଫର ଜନସମ୍ପର୍କ ଶିବିର ଆୟୋଜିତ

Advertisment
ବିଏସଏଫର ଜନସମ୍ପର୍କ ଶିବିର ଆୟୋଜିତ

Sambad

ବୈପାରିଗୁଡା: କୋରାପୁଟ ଜିଲ୍ଲା ବୈପାରିଗୁଡା ସ୍ଥିତ ୧୫୧ ବାଟାଲିୟନ ବିଏସଏଫ ତରଫରୁ ଦଣ୍ଡାବାଡି ପଞ୍ଚାୟତ ଅନ୍ତର୍ଗତ ସଲପପଦର ଗ୍ରାମ ଠାରେ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଦ୍ବିତୀୟ କମାଣ୍ଡାଣ୍ଟ ପ୍ରବୀଣ କୁମାର, ସହକାରୀ କମାଣ୍ଡଣ୍ଟ ରାକେଶ କୁମାର ଏବଂ ଦଣ୍ଡାବାଡି ସରପଞ୍ଚ କମଳି ନାୟକ ଉପସ୍ଥିତ ଥିଲେ। ଦୁର୍ଗମ ତଥା ଅପହଞ୍ଚ ଇଲାକା ରୂପେ ପରିଚିତ ସଲପପଦର ଗ୍ରାମଟି ଓଡ଼ିଆ- ଛତିଶଗଡ଼ ସୀମାନ୍ତରେ ରହିଥିବା ବେଳେ ଏହା ନକ୍ସଲ ପ୍ରବଣ ରୂପେ ମଧ୍ୟ ପରିଚିତ। ତେବେ ଏହି ଅଞ୍ଚଳରେ ବସବାସ କରୁଥିବା ଗରିବ ଆଦିବାସୀ ସମ୍ପ୍ରଦାୟଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ସ୍ବାସ୍ଥ୍ୟ, ଶିକ୍ଷାର ବିକାଶ ନିହାତି ଜରୁରୀ ବୋଲି ପ୍ରବୀଣ କୁମାର ପ୍ରକାଶ କରିଛନ୍ତି। ଏଥିସହ ଜନସମ୍ପର୍କ ଶିବିର ସ୍ଥାପନ କରି ଜନସାଧାରଣଙ୍କ ହେବା ମୂଳ ଲକ୍ଷ୍ୟ ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି।

ଏହି ଅବସରରେ ବୃଦ୍ଧା ତଥା ଅସହାୟ ବ୍ୟକ୍ତିଙ୍କୁ ଶାଢ଼ୀ ଏବଂ କମ୍ବଳ ପ୍ରଦାନ କରିଥିଲେ। ବୃଦ୍ଧ ମାନଙ୍କୁ ଟ୍ରାନଜିଷ୍ଟର ଏବଂ ଟର୍ଚ ଲାଇଟ୍ ମଧ୍ୟ ପ୍ରଦାନ କରାଯାଇଥିଲା। ସେହିପରି ମହିଳା ମାନଙ୍କୁ ବାସନକୁସନ ସହ ରୋଷେଇ ଘର ସାମଗ୍ରୀ ବଣ୍ଟନ କରାଯାଇଛି। ଗ୍ରାମର ଯୁବଗୋଷ୍ଠୀଙ୍କୁ କ୍ରିଡ଼ା ଉପକରଣ ସହ କୃଷି ଯନ୍ତ୍ରପାତି ପ୍ରଦାନ କରାଯାଇଛି। ଛାତ୍ରଛାତ୍ରୀଙ୍କୁ ଖେଳନା ସହ ପଠନ ଲିଖନ ସାମଗ୍ରୀ ବଣ୍ଟା ଯାଇଥିଲା। ଆଗକୁ ମଧ୍ୟ ଏହିଭଳି ଜନସମ୍ପର୍କ ଶିବିର ଆୟୋଜନ କରାଯିବା ସହ ସଚେତନତା ସୃଷ୍ଟି କରାଯିବ ବୋଲି ଦ୍ବିତୀୟ କମାଣ୍ଡାଣ୍ଟ ପ୍ରବୀଣ କୁମାର ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe