ନକ୍ସଲଙ୍କୁ ଶକ୍ତ ଧକ୍କା; ବଣ୍ଡାଘାଟିରେ ପହଞ୍ଚିଲା ବିଏସ୍ଏ‌ଫ

Advertisment
ନକ୍ସଲଙ୍କୁ ଶକ୍ତ ଧକ୍କା; ବଣ୍ଡାଘାଟିରେ ପହଞ୍ଚିଲା ବିଏସ୍ଏ‌ଫ

Sambad

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ମାଓ ସଂଗଠନକୁ ଲାଗିଛି ଶକ୍ତ ଧକ୍କା।ଲାଲଗଡ କୁହାଯାଉଥିବା ସ୍ବାଭିମାନ ଅଂଚଳରେ ଗୋଟିଏ ପରେ ଗୋଟିଏ ବିଏସଏଫ କ୍ୟାମ୍ପ ଓ ଥାନା ପ୍ରତିଷ୍ଠା ହେବା ପରେ ନକ୍ସଲ ପଛଘୁଞ୍ଚା ଦେବାକୁ ବାଧ୍ୟ ହୋଇଥିଲେ। ତେବେ ନିଜର ସୁରକ୍ଷିତ ଗଡ ଭାବେ ବଣ୍ଡାଘାଟିକୁ ନକ୍ସଲ ବାଛି ନେଇଥିବା ବେଳେ ଏବେ ପ୍ରଶାସନ ଓ ସରକାର ନକ୍ସଲଙ୍କୁ ଏଠାରେ ମଧ୍ୟ ସ୍ଥାୟୀ ଭାବେ ରହିବାକୁ ଦିଆଯିବ ନାହିଁ କହିବା ସହ ବଣ୍ଡାଘାଟିର ଅଣ୍ଡ୍ରାହାଲ ଠାରେ ବିେସଏଫ କ୍ୟାମ୍ପ ପ୍ରତିଷ୍ଠା କରିଛି।ମାଲକାନଗିରି ପୁଲିସର ସହାୟତାରେ ଅଣ୍ଡ୍ରାହାଲ ଠାରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ହେବା ପରେ ବଣ୍ଡା ଜନଜାତିଙ୍କୁ ଆଗାମୀ ଦିନରେ ନକ୍ସଲ ଆଉ ଟାର୍ଗେଟ କରିପାରିବେ ନାହିଁ ବୋଲି କୁହାଯାଇଛି।ମାଲକାନଗିରି ଏସପି ରିଶିକେଷ ଖିଲାରି ନିଜେ ବଣ୍ଡାଘାଟିରେ ଉପସ୍ଥିତ ରହି ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରିଥିଲେ।ବିଏସଏଫର ବାଟାଲିୟନ ନମ୍ବର ୧୫ ଏଠାରେ ଅବସ୍ଥାପିତ ହୋଇଥିବା ଜଣାପଡିଛି।

publive-image Sambad

ଏଠାରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ହେବା ପରେ ମାଓବାଦୀ ବଣ୍ଡାଘାଟି ଛାଡି ଯିବାକୁ ବାଧ୍ୟ ହେବେ ବୋଲି କୁହାଯାଇଛି। ଚକ୍ରବ୍ୟୁହରେ ମାଓ ସଂଗଠନ ଫସିଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ଅଂଚଳରେ କୋରାପୁଟ ମାଲାକନଗିରି ବଡର ଡିଭିଜନର ଦବଦବା ରହିଛି। ଏହି ଅଂଚଳରେ ଗତ ଦୁଇ ବର୍ଷ ତଳେ ଦୁର୍ଦାନ୍ତ ନକ୍ସଲ ରାକେଶକୁ ପୁଲିସ ଏନକାଉଣ୍ଟରରେ ମାରିଥିବା ବେଳେ ଜଣେ ଯବାନ ମଧ୍ୟ ସହିଦ ହୋଇଥିଲେ। ସ୍ବାଭିମାନ ଅଂଚଳରେ ୭ଟି ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରାଯିବା ପରେ ନକ୍ସଲ ଆନ୍ଧ୍ରକୁ ଲାଗି ରହିଥିବା ଯନ୍ତ୍ରୀ ଏବଂ ପଣସପୁଟ ପଞ୍ଚାୟତରେ ହିଁ ନିଜର ଉପସ୍ଥିତି ଜାହିର କରୁଛନ୍ତି।

ଆଗାମୀ ଦିନରେ ଏହି ଦୁଇ ପଞ୍ଚାୟତରେ ମଧ୍ୟ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ହେଲେ ନକ୍ସଲ ନିଜର ପୁରୁଣା ଗଡକୁ ହରାଇ ମାଲକାନଗିରି ଜିଲ୍ଲାରୁ ଫେରିବାକୁ ବାଧ୍ୟ ହେବେ ବୋଲି କୁହାଯାଇଛି। ବଣ୍ଡାଘାଟିରେ ସୁରକ୍ଷାବାହିନୀ ପହଞ୍ଚିବା ପରେ ଏହି ଅଂଚଳର ଲୋକଙ୍କ ଖୁସି କହିଲେ ନସରେ। ସେମାନେ ରାତିରେ ଏବେ ନିଶ୍ଚିନ୍ତରେ ଶୋଇପାରିବେ ବୋଲି କହିଛନ୍ତି।ନିରୀହ ଲୋକଙ୍କୁ ନକ୍ସଲ ଟାର୍ଗେଟ କରି ପୁରିସ ଇନଫର୍ମର ଦର୍ଶାଇ ହତ୍ୟା କରୁଥିଲେ। ଯାହାକୁ ରୋକିବା ପୁଲିସ ପକ୍ଷରେ ସହଜ ନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe