image source--cdc
ବାହାନଗା: ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ଅଂଚଳରେ ଜଣେ ସୀମା ସୁରକ୍ଷା ବଳ ଯବାନ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହାରି ଥିବାର ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ଯବାନ ଜଣକ ଛତିଶଗଡ଼ରେ କାର୍ଯ୍ୟରତ ଥିଲେ। କିଛିଦିନ ତଳେ ତାଙ୍କୁ ଜ୍ଵର, ଥଣ୍ଡା ଲାଗି ରହିଥିଲା। ପରେ ତାଙ୍କର କୋଭିଡ ଟେଷ୍ଟ ହେବାରୁ ପଜିଟିଭ ଆସିଥିଲା। ପ୍ରଶାସନ ତରଫରୁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଆଜି ତାଙ୍କର ମୃତ୍ୟୁ ଖବର ବିଭାଗ ତରଫରୁ ଘର ଲୋକଙ୍କୁ ସୂଚିତ କରାଯାଇଥିଲା। ତାଙ୍କ ନିକଟରେ ରହୁଥିବା ତାଙ୍କ ସ୍ତ୍ରୀ ମଧ୍ୟ ସଂସ୍ପର୍ଶରେ ଆସି କରୋନା ପଜିଟିଭ ହୋଇ ରାୟପୁରରେ ଚିକିତ୍ସିତ ଥିବାର ଜଣାପଡିଛି। ସୂଚନା ଥାଉକି ପୁଅ କରୋନା ଆକ୍ରାନ୍ତ ହେବାପରେ ଯବାନଙ୍କ ବାପା ମାଆ ଛତିଶଗଡ଼ ଯାଇଥିଲେ ବି କଟକଣା ଯୋଗୁଁ ଦେଖା କରିନପାରି ଘରକୁ ଫେରିଆସିଥିଲେ।
Follow Us