ବିଏସ୍‌ଏଫ୍‌ର ଜନ ସଂପର୍କ ଶିବିରରେ ଯୋଡ଼ିହେଲେ ଶତାଧିକ ମହିଳା-ପୁରୁଷ ଏବଂ ଶିଶୁ

Advertisment
ବିଏସ୍‌ଏଫ୍‌ର ଜନ ସଂପର୍କ ଶିବିରରେ ଯୋଡ଼ିହେଲେ ଶତାଧିକ ମହିଳା-ପୁରୁଷ ଏବଂ ଶିଶୁ

Sambad

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଖଇରପୁଟ ବ୍ଲକର ଖୁସିଗୁଡା ଏବଂ ପୁସୁରଗୁଡା ଠାରେ ୧୫୧ ବିଏସ୍ଏ‌ଫ ବାଟାଲିୟନ ତରଫରୁ ଜନ ସଂପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ବିଏସ୍ଏ‌ଫର ସେକେଣ୍ଡ ଇନ କମାଣ୍ଡାଣ୍ଟ ପ୍ରବୀଣ କୁମାର ଏବଂ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ବିନୟ ଚାହାରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଦୁଇଗ୍ରାମର ଶତାଧିକ ମହିଳା ପୁରୁଷ ଏବଂ ଶିଶୁ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମରେ ବିଏସ୍ଏଫ୍‌ ଯବାନ ଲୋକଙ୍କ ନିକଟତର ହେବାକୁ ଚେଷ୍ଟା କରିଥିଲେ। ନକ୍ସଲଙ୍କ ସମର୍ଥନ ନକରି ସରକାର ଏବଂ ବିକାଶକୁ ସମର୍ଥନ କରିବାକୁ ଲୋକଙ୍କୁ ବୁଝାଯାଇଥିଲା। ବିଏସ୍ଏ‌ଫ ଏଠାକୁ ଲୋକଙ୍କୁ ସୁରକ୍ଷା ଦେବାକୁ ଆସିଛନ୍ତି।କେବଳ ନକ୍ସଲଙ୍କୁ ଏଠାରେ ବିତାଡିତ କରି ପୁଣି ଲୋକଙ୍କ ନିକଟରେ ଖୁସି ଫେରାଇ ଆଣିବା ପାଇଁ ଅହରହ ଚେଷ୍ଟା କରୁଛନ୍ତି।

publive-image Sambad

ନିଜ ଜୀବନକୁ ବାଜି ଲଗାଇ ଯବାନ ଲୋକଙ୍କ ଧନଜୀବନକୁ ସୁରକ୍ଷା ଦେବା ସହ ସମାଜର ମଂଗଳ କାର୍ଯ୍ୟରେ ମଧ୍ୟ ନିଜକୁ ନିୟୋଜିତ କରୁଥିବା କୁହାଯାଇଛି। ନକ୍ସଲ ଯୋଗୁଁ କେବେ ମଧ୍ୟ ସମାଜର ଏବଂ ଅଂଚଳର ବିକାଶ ହୋଇପାରିବ ନାହିଁ ବୋଲି କୁହାଯାଇଛି। ଏହି ଅବସରରରେ ଲୋକଙ୍କୁ ଦୈନନ୍ଦିନ ଉପକରଣ ଯଥା ବାଲଟି, ମଗ, କଢେଇ, ହାଣ୍ଡି, ଗ୍ଲାସ ସମେତ ଯୁବକ ବନ୍ଧୁମାନଙ୍କୁ କ୍ରିକେଟ କିଟ୍, ଫୁଟବଲ, ଭଲିବଲ ସମେତ ଅନ୍ୟ ଖେଳ ସାମଗ୍ରୀ ପ୍ରଦାନ କରାଯାଇଛି। ପିଲାମାନଙ୍କୁ ବହିପତ୍ର, ପେନ, ପେନସିଲ, ବ୍ୟାଗ ଇତ୍ୟାଦି ପ୍ରଦାନ କରାଯାଇଛି। ଏଥିସହ ଗାମୁଛା, ଟି-ସାର୍ଟ, ପ୍ୟାଣ୍ଟ ଇତ୍ୟାଦି ମଧ୍ୟ ପ୍ରଦାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe