ନକ୍ସଲ ପ୍ରଭାବିତ ମାଲକାନଗିରି ଜିଲ୍ଲାରେ ଯୋଗ କଲେ ବିଏସ୍‌ଏଫ ଯବାନ

Advertisment
ନକ୍ସଲ ପ୍ରଭାବିତ ମାଲକାନଗିରି ଜିଲ୍ଲାରେ ଯୋଗ କଲେ ବିଏସ୍‌ଏଫ ଯବାନ

ANI

ମାଲକାନଗିରି: ଦକ୍ଷିଣ ଓଡ଼ିଶାର ନକ୍ସଲ ପ୍ରଭାବିତ ମାଲକାନଗିରି ଜିଲ୍ଲାରେ ବିଏସ୍‌ଏଫ୍‌ ଯବାନମାନେ ଯୋଗ କରିଛନ୍ତି। ଅନ୍ତର୍ଜାତୀୟ ଯୋଗ ଦିବସ (ଜୁନ ୨୧) ଅବସରରେ ସାବେରୀ ନଦୀର ଗୁରୁପ୍ରିୟା ସେତୁ ନିକଟରେ ଯବାନମାନେ ଶୁକ୍ରବାର ସ୍ୱତନ୍ତ୍ର ଶିବିର ଆୟୋଜନ କରିଛନ୍ତି। ଶିିବିରରେ ବିଏସ୍‌ଏଫ ଯବାନମାନେ ବିଭିନ୍ନ ପ୍ରକାରର ଆସନ କରିଥିଲେ।

ଇଣ୍ଡୋ ତିବ୍ଦତୀୟ ବୋର୍ଡର ପୁଲିସ (ଆଇଟିବିପି) ଯବାନମାନେ ଶୁକ୍ରବାର ଯୋଗ କରିଛନ୍ତି। ସମୁଦ୍ର ଠାରୁ ୧୮୦୦୦ ଫୁଟ ଉପରେ ଲଦାଖର ବରଫାଂଚଳରେ ଥଣ୍ଡାକୁ ଖାତିର ନକରି ଯବାନମାନେ ଯୋଗ ପ୍ରଦର୍ଶନ କରିଛନ୍ତି। ଯବାନମାନେ ସୂର୍ଯ୍ୟ ନମସ୍କାର ଆସନ କରି ନିଃଶ୍ୱାସ ପ୍ରଶ୍ୱାସ ନେଇଥିଲେ।

ସୂଚନାଯୋଗ୍ୟ ଭାରତ ସମେତ ବିଶ୍ୱର ଅନ୍ୟ ଦେଶ ଗୁଡ଼ିକରେ ମଧ୍ୟ ଜୁନ ୨୧ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ପ୍ରଥମ କାର୍ଯ୍ୟକାଳର ପ୍ରଥମ ବର୍ଷରେ ଯୋଗ ଦିବସ ଧାରା ଆରମ୍ଭ କରିଥିଲେ। ମୋଦୀଙ୍କ ଦ୍ୱାରା ପ୍ରତିଷ୍ଠିତ ଆୟୁଷ ମନ୍ତ୍ରାଳୟ ପ୍ରାକୃତିକ ଚିକିତ୍ସାକୁ ଅଧିକ ପ୍ରୋତ୍ସାହନ ଦେଉଛି। ଏଥିରେ ଯୋଗ, ନେଚୁରାଥେପି, ଆୟୁର୍ବେଦ, ଉନାନୀ ଓ ସିଦ୍ଧ ସାମିଲ ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe