ପୁରୀ: ମା’ର ପଣତ ପିଲା ପାଇଁ ଏକ ର୍ନିଭୟ ଆଶ୍ରୟସ୍ଥଳ ବୋଲି କୁହାଯାଏ। ଦୁନିଆର କୌଣସି ଶକ୍ତି ମାଆ କୋଳରୁ ଛୁଆକୁ ଛଡେଇ ନେବା ଏତେ ସହଜ ହୋଇ ନ ଥାଏ ବୋଲି ବି କୁହାଯାଏ। କେବଳ ମଣିଷ କାହିଁକି, ପଶୁପକ୍ଷୀ ମଧ୍ୟ ବାତ୍ସଲ୍ୟ ସ୍ନେହରେ ବନ୍ଧା ।
/sambad/media/post_attachments/wp-content/uploads/2018/01/122238933-water-buffalo-horn-animal-splash-myanmar-300x225.jpg)
ମୃତ୍ୟୁ ବି ଛୁଆକୁ ମାଆ ପାଖରୁ ଛଡେଇ ନେଇ ପାରେ ନାହିଁ..। ଏମିତି ଏକ ହୃଦୟ ଥରା ଦୃଶ୍ୟ ଦେବୀ ନଦୀ ମୁହାଁଣକୁ ଗଲାବେଳେ ସାମ୍ନାକୁ ଆସିଛିି। ହେନ୍ତାଳ ବଣ ଘେରା ଦେବୀ ନଦୀର ମୁଖ୍ୟ ଗଣ୍ଡ ଭିତରେ ଅକାତ କାତ ପାଣିରେ ଏକ ମଇଁଷି ଛୁଆ ଭାସି ଯାଉଥିଲା। ତେବେ ମଇଁଷି ଛୁଆର ମା’ ନିଜ ଜୀବନକୁ ତିଳେମାତ୍ର ଖାତିର ନକରି ଛୁଆକୁ ଉଦ୍ଧାର କରିବା ପାଇଁ ପାଣି ଭିତରକୁ ଡେଇଁ ପଡ଼ିଥିଲା। ମାଆ ମଇଁଷି ଛୁଆକୁ ଉଦ୍ଧାର କରିବାର ଦୃଶ୍ୟ ଦେଖିଲେ ଲୋକମୂଳ ଟାଙ୍କୁରି ଉଠିବ ନିଶ୍ଚୟ। ମା’ ମଇଁଷି ମୁହଁରେ ଠେଲି ଠେଲି ଛୁଆକୁ କୂଳକୁ ଆଣିବାର ପ୍ରୟାସ କରୁଥିଲେ ହେଁ ପ୍ରଖର ସୁଅ ଆଗରେ ହାର ମାନୁଥିଲା । ଛୁଆଟି ମରିସାରିଥିଲେ ବି ମାଆ ମନ ମାନୁ ନଥିଲା। କାଳେ କୂଳକୁ ନେଇଗଲେ ଛୁଆଟି ବଞ୍ଚି ଯିବ କି ? ପାଖାପାଖି ୧୦୦ ମିଟରରୁ ଅଧିକ ଗଣ୍ଡ ଭିତରେ କୂଳ ଦେଖାଯାଉ ନଥିବା ବେଳେ ହାଲିଆ ହୋଇପଡିଥିବା ମା’ ମଇଁଷିର ଆଖି ନାକରେ ପାଣି ପଶିଯାଉଥିଲେ ବି ସେ ତା’ର ଚେଷ୍ଟା ଚଳାଇଥିଲା । ତେବେ ଶେଷରେ ମା’ ତାର ଛୁଆକୁ କୂଳକୁ ଆଣି ପାରିଲା କି ନାହିଁ ତାହା ଜାଣିବା ପୂର୍ବରୁ ବୋଟ୍ଟି ସେହି ସ୍ଥାନ ଛାଡ଼ି ଚାଲି ଆସିଥିଲା।
/sambad/media/post_attachments/wp-content/uploads/2018/01/810233108-water-buffalo-wading-sri-lanka-going-in-300x169.jpg)
Follow Us