ବୁଗୁଡ଼ା ପିପୁଲ୍‌ କଲେଜରେ ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ର କରି ପୁଣି ଉତ୍ତେଜନା

Advertisment
ବୁଗୁଡ଼ା ପିପୁଲ୍‌ କଲେଜରେ ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ର କରି ପୁଣି ଉତ୍ତେଜନା

ବୁଗୁଡା: ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ର କରି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ପିପୁଲ୍‌ କଲେଜରେ ଶନିବାର ପୁଣି ଉତ୍ତେଜନା ଦେଖା ଦେଇଛି। ଗତକାଲି ବୁଗୁଡ଼ା ପିପୁଲ୍‌ କଲେଜରେ ଏହି ନିର୍ବାଚନକୁ କେନ୍ଦ୍ର କରି ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ୭ଜଣ ଛାତ୍ର ଆହତ ହୋଇଥିବା ଜଣାପଡ଼ିଥିଲା।

ଏହି ଗଣ୍ଡଗୋଳରେ ଏବିଭିପି ସମର୍ଥିତ ନାଟ୍ୟ ସଂପାଦକ ପ୍ରାର୍ଥୀ ନାରାୟଣ ସେଠୀଙ୍କ ମୁଣ୍ଡ ଫାଟିଥିବା ବେଳେ ବାମ ହାତରେ ଆଘାତ ଲାଗିଥିଲା। କଲେଜ କାର୍ଯ୍ୟାଳୟ ଭିତରେ କିଛି ଛାତ୍ର ବିଜେଡ଼ି ସମର୍ଥକ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏହା ସହ ଆହତ ନାରାୟଣଙ୍କୁ ମେଡିକାଲ ନେବା ପରେ ମେଡିକାଲ ପରିସରରେ ପୁଲିସ ଉପସ୍ଥିତରେ ମଧ୍ୟ ଏବିଭିପି ସମର୍ଥିତ ସାଧାରଣ ସଂପାଦକ ପ୍ରାର୍ଥୀ ସାଇସତ୍ୟ ସୁନ୍ଦରାୟଙ୍କୁ ମାଡ ହୋଇଥିବା ଅଭିଯୋଗ ହୋଇଥିଲା। ଅନ୍ୟପକ୍ଷରେ ଛାତ୍ର ବିଜେଡ଼ି ସମର୍ଥକ ଦେବାଶିଷ ସାହୁ, କେଶବ ସାହୁ ଓ ଶିବ ପ୍ରସାଦ ଗୌଡ଼ ମଧ୍ୟ ଆହତ ହୋଇଥିବା ପାଲଟା ଅଭିଯୋଗ ହୋଇଛି। ପରିସ୍ଥିତିକୁ ନଜରରେ ରଖି ଗତକାଲି ମେଡିକାଲ ପରିସରରେ ପୁଲିସ ୪ଘଣ୍ଟା କାଳ ଜଗି ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe